ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେତେ ଘାତକ କରୋନାର KP.1 ଏବଂ KP.2 ଭାରିଏଣ୍ଟ ?

Image Courtesy:livemint

ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ବି ଅନେକ ଖବର ସାମ୍ନାକୁ ଆସୁଛି  । ଏହାର ନୂଆ ଭାରିଏଣ୍ଟ ଦେଶରେ ଉପସ୍ଥିତି ଜାହିର କରିଥିବା ବେଳେ ଏଥିରେ ଭୟ କରିବାର କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି । ଦେଶରେ ଏବେ KP.1 ଏବଂ KP.2 ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି ପାଇଛି ।   ଏହି କରୋନା ଭାଇରସ୍‌ ଦ୍ବାରା ମାଇଲ୍ଡ ଇନଫେକ୍ସନ ହେଉଥିବା ଜଣାପଡ଼ିଛି । ତଥାପି ସରକାର ଏହା ଉପରେ ନଜର ରଖିଛନ୍ତି । 

ରାଣ୍ଡମ ସାମ୍ପଲିଂ ମଧ୍ୟ କରାଯାଉଛି ।   ନୂଆ ଭାରିଏଣ୍ଟ ସଂକ୍ରମଣ ଦ୍ବାରା ଗମ୍ଭୀର ସ୍ଥିତି ଉପୁଜିନାହିଁ କିମ୍ବା ମୃତ୍ୟୁହାରରେ ବୃଦ୍ଧି ହୋଇନାହିଁ । ଦିଲ୍ଲୀ ଏମ୍ସର କମ୍ୟୁନିଟି ମେହିସିନ୍‌ର ପ୍ରଫେସର ଡାକ୍ତର ସଞ୍ଜୟ କୁମାର ରାୟ କହିଛନ୍ତି ଯେ, କେରାନାର ଏହି ଭାରିଏଣ୍ଟ ଆରଏନଏ ଭାଇରସ୍‌ । ଏଥିରେ ମ୍ୟୁଟେସନ ଜାରି ରହିବ । ମାମଲାରେ କମ ବେଶୀ ହେବ । ଏବେ ନୁହେଁ ଆହୁରି ୫୦ ବର୍ଷ ପର୍ଯ୍ୟନ୍ତ ଏହାର ମାମଲା ଦେଖିବାକୁ ମିଳିପାରେ ।

ମିଳିଥିବା ସୂଚନା ଅନୁସାରେ, ଏହାର ଲକ୍ଷଣ ସାଧାରଣ ଥଣ୍ଡା ଭଳି । ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । କେବଳ ମନିଟରିଂ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।  ସେପଟେ ଏହି ଭାରିଏଣ୍ଟ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ।  କିନ୍ତୁ ଏପର୍ଯନ୍ତ ହସ୍ପିଟାଲରେ ଏଭଳି ମାମଲା ବଢ଼ିନାହିଁ ।ଏପରିକି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିନାହିଁ ।  ଏବେ ସୁଦ୍ଧା ଏହି ଭାଇରସ୍‌କୁ ନେଇ ଭୟ କରିବା ଭଳି କୌଣସି ସୂଚନା ମିଳିନାହିଁ । କିନ୍ତୁ ଏହା ଉପରେ ନଜର ରଖିବା ଜରୁରି ବୋଲି ଡାକ୍ତର ସଞ୍ଜୟ କୁମାର ରାୟ କହିଛନ୍ତି ।

 

  • Covid
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.