ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିବାହ ବାର୍ଷିକୀରେ ଦମ୍ପତିଙ୍କ ନିଆରା ପ୍ରୟାସ, ରକ୍ତଦାନ କରି ସୃଷ୍ଟି କଲେ ଉଦାହରଣ

ଫିରିଙ୍ଗିଆ, ୨୭/୦୫ : ଅନେକ ଲୋକ ବଡ଼ ଭୋଜିଭାତ ଆୟୋଜନ କରି ନିଜ ବିବାହ ବାର୍ଷିକୀ ପାଳନ କରନ୍ତି। ସେହିପରି ଆଉ କିଛି ଲୋକ ସାଙ୍ଗସାଥି ପରିବାର ପ୍ରିୟଜନଙ୍କ ସହ ପାର୍ଟି କରି ମଜାମସ୍ତି କରନ୍ତି। କିନ୍ତୁ ନିଜ ବିବାହ ବାର୍ଷିକୀରେ କୌଣସି ଭୋଜିଭାତ ନକରି ସାଙ୍ଗମାନଙ୍କ ସହ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏକ ଦମ୍ପତି। ଏହି ଦମ୍ପତି ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆର ଆନନ୍ଦ ପ୍ରସାଦ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଚାନ୍ଦିନୀ ସାହୁ ପ୍ରଧାନ।

ସୂଚନା ଅନୁସାରେ, ଫିରିଙ୍ଗିଆ ସହରର ଆନନ୍ଦ ପ୍ରସାଦ ସାହୁ ବିବାହ କରିବା ପୂର୍ବରୁ ବହୁବାର ରକ୍ତଦାନ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ନିଜ ବିବାହ ବାର୍ଷିକୀ ଦିନ ଧର୍ମପତ୍ନୀଙ୍କ ସହ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରେ ରକ୍ତଦାନ କରିଛନ୍ତି। ଅନ୍ୟପଟେ ଏହି ଦମ୍ପତିଙ୍କ ବିବାହ ବାର୍ଷିକୀ ଅବସରରେ ତାଙ୍କର ବଡ଼ ଭାଇ ଆଦିତ୍ୟ ପ୍ରସାଦ ସାହୁ, ସାଗଦୁର୍ଗା ଶଙ୍କର ସାହୁ ଓ ରଜତ କୁମାର ବେହେରା ମଧ୍ୟ ଗୋଟିଏ ୟୁନିଟ୍ ଲେଖାଏଁ ରକ୍ତଦାନ କରିଛନ୍ତି। ତେବେ ଏହି ଦମ୍ପତିଙ୍କ ଏଭଳି ପ୍ରୟାସକୁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ଏହି ଦମ୍ପତି ରକ୍ତଦାନ କରି ସମାଜ ପାଇଁ ଏକ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଅନ୍ୟପଟେ ପୁଅବୋହୂଙ୍କ ଏଭଳି କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି ଆନନ୍ଦଙ୍କ ପିତା ମହାଦେବ ସାହୁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.