ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଟେଷ୍ଟ, ଓ୍ବାନ୍‌ ଡେ ଓ ଟି୨୦ ଆନ୍ତର୍ଜାତୀୟରେ କେଉଁ ଖେଳାଳି ଖେଳିଛନ୍ତି ସବୁଠାରୁ ମନ୍ଥର ଇନିଂସ? ତାଲିକାରେ ଦୁଇ ବର୍ଷିଆନ ଭାରତୀୟ ସାମିଲ

Image source: India.com

ନୂଆଦିଲ୍ଲୀ,୦୩/୦୩: କ୍ରିକେଟ୍‌କୁ ନେଇ ଲୋକପ୍ରିୟତା କେତେ ରହିଛି, ତାହା ତ ସମସ୍ତେ ଜାଣନ୍ତି। ତେବେ ଖେଳରେ ଏତେ ପରିବର୍ତ୍ତନ ଆସିଛି ଯେ ଆରାମୟଦାୟକ ଭାବେ ଖେଳାଯାଉଥିବା ଟେଷ୍ଟ କ୍ରିକେଟ୍ ଏବେ ବିସ୍ଫୋରକ ଢ଼ଙ୍ଗରେ ଖେଳାଯିବା ଆରମ୍ଭ କରିଛି। ଇଂଲଣ୍ଡ ଦଳ ଧାମାକାଦାର ଢ଼ଙ୍ଗରେ ଖେଳାଯାଉଥିବା ଟେଷ୍ଟ କ୍ରିକେଟ୍‌ ଫର୍ମକୁ 'ବେଜ୍‌ବଲ୍' ବୋଲି କହିଥାଏ। କିନ୍ତୁ ଆଜି ମଧ୍ୟ ଚେତେଶ୍ୱର ପୂଜାରାଙ୍କ ପରି କିଛି ଖେଳାଳି ଅଛନ୍ତି, ଯେଉଁମାନେ କ୍ରିଜରେ ଠିଆ ହୋଇ ଲମ୍ବା ଇନିଂସ ଖେଳନ୍ତି ବୋଲି ବେସ୍‌ ଜଣାଶୁଣା। 

ଏସବୁ ମଧ୍ୟରେ, ଆମେ ଆପଣଙ୍କୁ ଏହିପରି ତିନିଜଣ ଖେଳାଳିଙ୍କ ବିଷୟରେ କହିବୁ, ଯାହାଙ୍କର ତିନୋଟି ଫର୍ମାଟରେ ବଲ୍ ଦୃଷ୍ଟିରୁ ମନ୍ଥର ଇନିଂସ ଖେଳିବାର ରେକର୍ଡ ରହିଛି। ତିନି ଜଣ ଖେଳାଳିଙ୍କ ତାଲିକାରେ ଦୁଇଜଣ ଭାରତୀୟ ଖେଳାଳି ମଧ୍ୟ ରହିଛନ୍ତି।

* ଟେଷ୍ଟ କ୍ରିକେଟରେ ମନ୍ଥର ଇନିଂସ ଖେଳିବାର ରେକର୍ଡ ନ୍ୟୁଜିଲ୍ୟାଣ୍ଡର ଜ୍ୟୋଫ ଆଲାଂଟଙ୍କ ନାମରେ ରହିଛି, ଯିଏ ୭୭ ବଲ ଖେଳିଥିଲେ ବି କୌଣସି ରନ୍‌ ନକରି ଆଉଟ୍‌ ହୋଇଥିଲେ। 

* ତେବେ ଦିନିକିଆରେ ମନ୍ଥର ଇନିଂସ ଖେଳିବାର ରେକର୍ଡ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ନାଁରେ ରହିଛି, ଯିଏକି ୧୯୭୫ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୭୪ ବଲରେ ୩୬ ରନ୍ ସଂଗ୍ରହ କରିଥିଲେ। ୩୩୫ ରନ୍‌ର ଟାର୍ଗେଟକୁ ପିଛା କରି ଗାଭାସ୍କର ଏହି ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ଭାରତକୁ ୨୦୨ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

* ଏହା ବ୍ୟତୀତ ଟି ୨୦ ଇଣ୍ଟରନ୍ୟାସନାଲରେ ମନ୍ଥର ଇନିଂସ ଖେଳିବାର ରେକର୍ଡ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ରହିଛି। ୨୦୦୮ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଧୋନି ୨୭ ବଲରେ ମାତ୍ର ୯ ରନ୍ ସଂଗ୍ରହ କରିଥିଲେ।

You can also read: ମାର୍ଚ୍ଚ ୭ରେ ଧର୍ମଶାଳା ଟେଷ୍ଟ: ରେକର୍ଡ ଅପେକ୍ଷାରେ ରୋହିତ, ଜୈସ୍ୱାଲ୍‌



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.