ପ୍ରମୁଖ ଖବର
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

୩୪ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ DHFLର ପୂର୍ବତନ ନିର୍ଦ୍ଦେଶକଙ୍କୁ ଗିରଫ କଲା ସିବିଆଇ...

ନୂଆଦିଲ୍ଲୀ: ୩୪ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ପୂର୍ବତନ DHFL ନିର୍ଦ୍ଦେଶକ ଧୀରଜ ବଧାବନଙ୍କୁ ଗିରଫ କରିଛି ସିବିଆଇ । ଧୀରଜ ବଧାବନଙ୍କୁ ୧୩ ମେ ୨୦୨୪ ସୋମବାର ଦିନ ମୁମ୍ବାଇରେ ଗିରଫ କରାଯାଇଛି । ଆଜି (ମଙ୍ଗଳବାର) ତାଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

୩୪ ହଜାର କୋଟି ଟଙ୍କା ମୂଲ୍ୟର ୧୭ଟି ବ୍ୟାଙ୍କର ଏକ କନ୍ସୋର୍ଟିୟମ ସହିତ ଜଡିତ ଏହି ଠକେଇ ମାମଲାରେ ସିବିଆଇ ଏକ ମାମଲା ରୁଜୁ କରିସାରିଛି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ବ୍ୟାଙ୍କ ଗୁଡିକର ଏହି କନ୍ସୋର୍ଟିୟମ୍କୁ ନେତୃତ୍ବ ନେଉଛି । ୨୦୨୨ ମସିହାରେ ବ୍ୟାଙ୍କ ଠକେଇ ମାମଲାରେ ଧୀରଜ ବଧାବନଙ୍କ ନାମ ସିବିଆଇ ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଥିଲା । ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ଏହା ସବୁଠାରୁ ବଡ ଠକେଇ ବୋଲି ବିବେଚନା କରାଯାଉଛି । ଏହା ପୂର୍ବରୁ ମଧ୍ୟ ସିବିଆଇ ୟେସ୍ ବ୍ୟାଙ୍କ ସ୍କାମ ମାମଲାରେ ଧୀରଜ ବଧାବନଙ୍କୁ ଗିରଫ କରିଥିଲା ଏବଂ ବର୍ତ୍ତମାନ ସେ ଏହି ମାମଲାରେ ଜାମିନରେ ଅଛନ୍ତି।

ସିବିଆଇ ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର କୋର୍ଟରେ DHFLର ତତ୍କାଳିନ ସିଏମଡି କପିଲ ବଧାବନ୍ ଏବଂ ନିର୍ଦ୍ଦେଶକ ଧୀରଜ ବଧାବନଙ୍କ ସମେତ ମୋଟ ୭୪ ଜଣ ଏବଂ ୫୭ କମ୍ପାନୀ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଏମାନଙ୍କ ବିରୋଧରେ ୧୭ଟି ବ୍ୟାଙ୍କ ସହିତ ଠକେଇ କରିଥିବା ଅଭିଯୋଗ ହୋଇଛି। ସିଇଓ ହର୍ଷିଲ ମେହେଟ୍ଟାଙ୍କ ନାମ ମଧ୍ୟ ଚାର୍ଜସିଟରେ ଅନ୍ତର୍ଭୁକ୍ତ କରାଯାଇଛି 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.