ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସମାଜରେ ବଢୁଛି ଡିଜିଟାଲ୍‌ ଡେଟିଂ, ଆସନ୍ତୁ ଜାଣିବା ଡେଟିଂର ସକାରାତ୍ମକ ଓ ନକାରତ୍ମକ ଦିଗ ବିଷୟରେ

ନୂଆଦିଲ୍ଲୀ ୧୬/୦୫: ଦିନଥିଲା ପ୍ରେମ ପତ୍ର ଓ ଲାଲ୍‌ ଗୋଲାପ ଆଦାନ-ପ୍ରଦାନ ବିନା ପ୍ରେମ ନିବେଦନ ସମ୍ଭବ ହେଉ ନଥିଲା ।  କିନ୍ତୁ ଏବେ ଆଉ ସେ ଯୁଗ ନାହିଁ । ସମୟ ଡିଜିଟାଲ୍‌ ଡେଟିଂର ଅର୍ଥାତ୍‌ ଟେକ୍ସଟିଂ ଏବଂ ହ୍ୱାଟ୍ସଆପ୍‌ ମେସେଜ୍‌  ଜରିଆରେ ପ୍ରେମର ବାର୍ତ୍ତା ପ୍ରେମୀ ପାଖରେ ପହଞ୍ଚିଯାଉଛି । ତେବେ ଏହା କେତେଦୂର ନିରାପଦ ଚାଲନ୍ତୁ ଜାଣିବା ।

ନ୍ୟୁୟର୍କର ପେସ୍‌ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀଙ୍କ ଏକ  ଗବେଷଣାରୁ ଜଣାପଡିଛି ଯେଉଁ ପ୍ରେମୀଯୁଗଳଙ୍କର ଟେକ୍ସଟ୍‌  ମେସେଜ୍‌ ଏକାପରି ସେମାନଙ୍କ ଭିତରେ ସମ୍ପର୍କ ନିବିଡ଼ ହୋଇଥାଏ ।  ଡିଜିଟାଲ୍‌ ଡେଟିଂର କେତେକ ଭର୍ସନ୍‌ ପ୍ରଚଳିତ । ଚାଲନ୍ତୁ ଜାଣିବା  ବିଭିନ୍ନ ପ୍ରକାରର ଡିଜିଟାଲ୍‌ ଡେଟିଂ ଓ ଏହାର ସକାରାତ୍ମକ ଓ  ନକାରତ୍ମକ ଦିଗ ବିଷୟରେ । 

ଲଭ୍‌ ବମ୍ବିଙ୍ଗ୍‌ ଏହି ଡେଟିଂରେ ବ୍ୟକ୍ତି ପ୍ରେମିକା ଉପରେ ଭରପୂର ପ୍ରେମ  ସହ ସ୍ନେହର ବର୍ଷା କରିଥାଏ । ଯେଉଁଥିରୁ କିଛି  ଭୁଲ୍‌ ବାହାର କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଯେତେବେଳେ ବ୍ୟକ୍ତି ଡେଟ୍‌  କରିବାକୁ ଚାହିଁନଥାଏ ବା ସମ୍ପର୍କରେ କମ୍ଫଟେବଲ୍‌ ଅନୁଭବ କରି  ନଥାଏ କିମ୍ବା ପ୍ରେମିକାଠାରୁ  ଦୂରେଇବାକୁ ଚାହୁଁଥାଏ । ତେବେ ସେତେବେଳେ ଭିନ୍ନ  ଭିନ୍ନ ଭାବେ ପ୍ରେମିକାକୁ  ହଇରାଣ କରିଥାଏ । ଏହାକୁ ଏକ ପ୍ରକାରର  ଇମୋସନାଲ୍‌ ଅତ୍ୟାଚାର  ବୋଲି କୁହାଯାଇପାରେ ।  ପ୍ରେମିକା ପ୍ରଥମେ ଏହାକୁ  ବୁଝିପାରେନା । ଏ ପ୍ରକାର ପ୍ରେମ  କରୁଥିବା ଲୋକ କେବଳ ନିଜ ଇଚ୍ଛାକୁ ଗୁରୁତ୍ୱ ଦେଇଥାନ୍ତି, ସାମ୍‌ନା  ଲୋକର ନୁହେଁ । ତେଣୁ ଯଥାସମ୍ଭବ ଆରମ୍ଭରୁ ଏଭଳି ପ୍ରେମିକଠାରୁ  ଦୂରେଇଯିବା ଭଲ । 

କୁଶନିଂ ଡେଟିଂର ଏହା ଏମିତି ଏକ ଶୈଳୀ, ଯାହା ଜଣଙ୍କ ପାଇଁ ଭଲ ହୋଇଥିବା  ବେଳେ ଅନ୍ୟଜଣକ ପାଇଁ ଦୁଃଖଦ ହୋଇଥାଏ । ଡେଟ୍‌ରେ କୁଶନିଂ  କରୁଥିବା ବ୍ୟକ୍ତି ଯେତେବେଳେ ଦେଖେ ତା’ଡେଟିଂ ଠିକ୍‌ ଭାବେ ନ  ଚାଲୁଛି, ତେବେ ସେ ଏହାକୁ ଅଣଦେଖା କରି ବ୍ରେକ୍‌ଅଫ୍‌ ପାଇଁ ଯୋଜନା  କରିଥାଏ । ଏହି ଲୋକମାନେ ଆଦୌ ବିଶ୍ୱାସନୀୟ ହୋଇ ନଥାନ୍ତି ।  ଯଦି କେହି ପ୍ରେମରେ କୁଶନିଂ କରୁଥିବା ସନ୍ଦେହ ହୁଏ,ତେବେ ସେହି  ବ୍ୟକ୍ତିଠାରୁ ଯଥାଶୀଘ୍ର ଦୂରେଇଯିବା ଉଚିତ୍‌ । 

ବ୍ରେଡ୍‌କ୍ରମ୍ବିଙ୍ଗ୍‌  ଏଭଳି ଡେଟିଂରେ ଫ୍ଲର୍ଟ କରୁଥିବା ଆଶିକ୍‌ ନିୟମିତ ଆସି ନଥାନ୍ତି,ମଝିରେ  ମଝିରେ ଆପଣଙ୍କୁ ରୋମାଣ୍ଟିକ୍‌ ଟେକ୍ସଟ ବା ହ୍ୱାଟ୍ସଆପ୍‌ ମେସେଜ୍‌ ପଠାଇଥାନ୍ତି । କେବେ କେବେ ଅଚାନକ୍‌ ଫେସ୍‌ବୁକ୍‌,ଇନ୍‌ଷ୍ଟା ଓ ଟ୍ୱିଟର୍‌ରେ ଲଗାତାର ମେସେଜ୍‌ କରିଥାନ୍ତି । ଏମାନଙ୍କ ଭିତରେ ସମ୍ପର୍କକୁ ଆଗେଇ ନେବାର ଇଚ୍ଛା ନଥାଏ କେବଳ ମଝିରେ ମଝିରେ ଧ୍ୟାନ ଆକର୍ଷଣ କରିବା ଲକ୍ଷ୍ୟ ରହିଥାଏ । ଏମାନେ କେବଳ ଫ୍ଲର୍ଟ କରିବାକୁ ଚାହାନ୍ତି, ପ୍ରତିଶ୍ରୁତି ଦେବାକୁ ନୁହେଁ ।  

ଷ୍ଟେଶିଙ୍ଗ୍‌ ଏଥିରେ ଗର୍ଲଫ୍ରେଣ୍ଡ୍‌ ସହ ଖୁବ୍‌ ଭଲ ଭାବେ ଡିଜିଟାଲ୍‌ ଡେଟିଂ ଚାଲୁଥାଏ ।  ଏପରି ଅନୁଭବ ହୋଇଥାଏ, ଏହି ସମ୍ପର୍କ ନିଶ୍ଚୟ ଆଗକୁଯିବ ।  ଆପଣଙ୍କର ସମସ୍ତ ସାଙ୍ଗ ଓ ପରିଚିତ ଏକଥା ଜାଣିଥାନ୍ତି,କିନ୍ତୁ ଫ୍ଲର୍ଟ  କରୁଥିବା ବ୍ୟକ୍ତିର କେହି ପରିଚିତ ଆପଣଙ୍କୁ କିମ୍ବା ଆପଣ ସେମାନଙ୍କୁ  ଜାଣିନଥାନ୍ତି । ଫ୍ଲର୍ଟ କରୁଥିବା ବ୍ୟକ୍ତି ନିଜ ପରିବାର, ସାଙ୍ଗସାଥୀ ଓ  ସମ୍ପର୍କୀୟଙ୍କଠାରୁ ଜାଣିଶୁଣି ଆପଣଙ୍କୁ ଦୂରେଇ ରଖିଥାଏ । ଏଭଳି  ସମ୍ପର୍କରେ ସାବଧାନ ରହିବା ଜରୁରି ।

ବେଞ୍ଚିଙ୍ଗ୍‌ ଡେଟିଂରେ ଫ୍ଲର୍ଟ କରୁଥିବା ବ୍ୟକ୍ତି ଆପଣଙ୍କୁ ନିୟମିତ ମେସେଜ୍‌  କରିଥାଏ । ଦିନେ ଅଚାନକ୍‌ କୁଆଡେ ଉଭେଇ ଯାଇଥାଏ । ସେଭଳି  ବ୍ୟକ୍ତି ଆପଣଙ୍କୁ ବେଞ୍ଚ ଉପରେ ବସାଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ  ଅପେକ୍ଷା କରିବାକୁ କହିଦେଇ ଗାଏବ୍‌ ହୋଇଯାଏ । ଧୀରେ ଧୀରେ  ଆପଣ ତାକୁ ଭୁଲିବା ବେଳକୁ ସେ ପୁଣି ମେସେଜ୍‌ ପଠାଇ ମନ  ଭିତରେ ଆଶା ଜାଗ୍ରତ କରାଇଥାଏ ।  

ଟ୍ୟୁନିଙ୍ଗ୍‌ ଡିଜିଟାଲ୍‌ ଡେଟିଂ ପ୍ରାରମ୍ଭିକ ଅବସ୍ଥାରୁ ଆଗକୁ ବଢିବା ସ୍ଥିତିକୁ ଟ୍ୟୁନିଙ୍ଗ୍‌  କୁହାଯାଏ । ଫ୍ଲର୍ଟ କରୁଥିବା ବ୍ୟକ୍ତି ଡେଟ୍‌ରେ ଖୁସି ଆଣିବାକୁ ପ୍ରୟାସ  କରିଥାଏ । ଏପରିକି ପ୍ରତ୍ୟକ୍ଷରେ ଦେଖା ହେବାକୁ ମଧ୍ୟ ଚେଷ୍ଟା  କରିଥାଏ । କିନ୍ତୁ ଏହି ସମ୍ପର୍କକୁ ନେଇ ସେ କେବେ ବଦ୍‌ନାମ ନ  ହେବା ଦିଗରେ ବେଶ୍‌ ସଚେତନ ରହିଥାଏ । କିନ୍ତୁ ମହିଳାମାନେ  ଏଭଳି ସମ୍ପର୍କରେ ଚିଟିଙ୍ଗ୍‌ର ଶିକାର ହୋଇଥାନ୍ତି । 

 ଅନ୍‌-ଅଫ୍‌ ଡେଟିଂ ଫ୍ଲର୍ଟ କରୁଥିବା ବ୍ୟକ୍ତି ଖୁବ୍‌ ଚାଟିଂ କରିଥାଏ, ଅଚାନକ୍‌ ଗାଏବ୍‌  ହୋଇଯାଇଥାଏ । କିଛିଦିନ ପରେ ପୁଣି ସେହି ପ୍ରକ୍ରିୟାକୁ  ଦୋହରାଇଥାଏ । ଏହି ସମ୍ପର୍କରେ କୌଣସି ପ୍ରତିଶ୍ରୁତି ନଥାଏ । ଏ  ସମ୍ପର୍କ ସବୁବେଳେ ରହିଥାଏ,କିନ୍ତୁ କେବେ ସିରିୟସ୍‌ ହୋଇନଥାଏ । ଜଘୋଷ୍ଟିଙ୍ଗ୍‌ କୌଣସି ସମ୍ପର୍କରେ ଅଚାନକ୍‌ ସବୁକିଛି ଗାଏବ୍‌ ହୋଇଯାଇଥାଏ ।  

 ଘୋଷ୍ଟିଙ୍ଗ୍‌ ଡେଟିଂ କୁହାଯାଏ । ଘୋଷ୍ଟ ବା ଭୂତ ସାଥୀ ଏମାନେ ସକାଳେ,ସଂଧ୍ୟା ବା ରାତିରେ ଅଚାନକ ଗୁଡ୍‌ ମର୍ଣ୍ଣଙ୍ଗ୍‌, ଆଫଟର୍‌ ନୁନ୍‌ ବା  ଗୁଡ୍‌ ନାଇଟ୍‌, କୌଣସି ଆଚିଭମେଣ୍ଟ୍‌ ବା ଦୁଃଖ ବଖାଣିବାକୁ ମେସେଜ୍‌  କରିଥାନ୍ତି । କେତେବେଳେ ପୁରା ଗାଏବ୍‌ ହୋଇଯାଇଥାନ୍ତି,ତା’ର  କୌଣସି ଠିକଣା ନଥାଏ । କଥାହେବା ପରେ ଯଦି କୌଣସି କଥାରେ  ଅସମତି ଥାଏ,ତେବେ ଚୁପଚାପ୍‌ ଗାଏବ୍‌ ହୋଇଯାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.