କେନ୍ଦୁଝର ସଦର,୨୪/୯(ଆପ୍ର) : କେନ୍ଦୁଝର ସଦର ବ୍ଲକ ୪ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଲିଳାବତୀ ମହାନ୍ତଙ୍କ ମଙ୍ଗଳବାର ପରଲୋକ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସେ ଗତ ୧୨ ତାରିଖ ମୁରୁସୁଆଁ ଗ୍ରାମରୁ ଝୁମ୍ପୁରା ଜିଲ୍ଲା ପରିଷଦଙ୍କ ସହିତ ସ୍କୁଟିରେ ଝୁମ୍ପୁରା ଅଭିମୁଖେ ଯାଉଥିବାବେଳେ ପଳାସପଙ୍ଗା ଫାଣ୍ତି ନିକଟସ୍ଥ ଟାଙ୍ଗରାଣୀ ଛକ ନିକଟରେ ଏକ ଟ୍ରକ ସହ ସ୍କୁଟି ଧକ୍କା ହୋଇଥିଲା। ଫଳରେ ତାଙ୍କର ତଳିପେଟରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଝୁମ୍ପୁରା ମେଡିକାଲ ପଠାଇଥିଲେ।ସେଠାରୁ ଡାକ୍ତର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ଡାକ୍ତର ପୁଣି କଟକ ସ୍ଥାନାନ୍ତର କରିଥିଲେ ।ଅଧିକା ଚିକିତ୍ସା ପାଇଁ ପରିବାର ଲୋକେ ଭୁବନେଶ୍ବର ଏମ୍ ସ ମେଡିକାଲରେ ଭର୍ତ୍ତି କରିଥିଲେ।ସେଠାରେ ୧୩ଦିନ ଧରି ଆଇସିୟୁରେ ଚିକିତ୍ସାଧିନଥିଲେ ।ପରେ ତାଙ୍କର ଅସ୍ତ୍ରପ୍ରଚାର କରାଯାଇଥିଲା। ଆଜି ଅପରାହ୍ଣରେ ଲିଳାବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁରେ ମୁରୁସୁଆଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।