ଭୁବନେଶ୍ବର, ୮।୭: ଭୁବନେଶ୍ବର ଡୁମଡୁମା ଫ୍ଲାଏଓଭର ବ୍ରିଜ ଉପରେ ଦବିଲା ରାସ୍ତା । ଏହି ସମୟରେ ରାସ୍ତାରେ ଯାଉଥିବା ଏକ ମିନି ଟ୍ରକ ଫସି ଯାଇଥିଲା। ମିନି ଟ୍ରକର ଡାହାଣ ଚକ ପଶି ଯିବାରୁ ଆଉ ବାହାରିପାରିନଥିଲା । ରାସ୍ତା ମଝିରେ ମିନି ଟ୍ରକ ଦବି ରହିଥିବାରୁ ଗାଡି ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ମିନି ଟ୍ରକକୁ କ୍ରେନ ସାହାଯ୍ୟରେ ରାସ୍ତାରୁ ଉଠାଯାଇଛି। ପୋଲିସ ପହଞ୍ଚି ଗାଡି ଚଳାଚଳ ସ୍ବାଭାବିକ କରିବା ସହ ଦବିଥିବା ସ୍ଥାନରେ ବ୍ୟାରିକେଡ କରିଛି। ଖବର ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେନି, ଏମଭିଏ ପ୍ରାର୍ଥୀ...