ପ୍ରମୂଖ ଖବର

ରଘୁନାଥପାଲିରେ ବିଜେପିର ବାଜିମାତ୍, ଦୁର୍ଗା ଚରଣ ତନ୍ତୀ ବିଜୟୀ

ଭୁବନେଶ୍ଵର, ୦୪/୦୬ : ରଘୁନାଥପାଲିରେ ବିଜେପିର ବାଜିମାତ୍। ବିଜେପି ପ୍ରାର୍ଥୀ ଦୁର୍ଗା ଚରଣ ତନ୍ତୀ ୫ହଜାର ୭୦୯ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରାଙ୍କୁ କଡ଼ା ଟକ୍କର ଦେଇ ନିର୍ବାଚନ ଜିତିଛନ୍ତି। 

ରଘୁନାଥପାଲିରେ ବିଜେଡିର ଗଡ଼ ଭାଙ୍ଗିଛି ବିଜେପି। ୨୦୧୯ରେ ବିଜେଡି ବିଧାୟକ ପ୍ରାର୍ଥୀ ସୁବ୍ରତ ତରାଇ ୪୪, ୮୧୫ ଭୋଟ୍ ପାଇ ବିଜୟ ଲାଭ କରିଥିଲେ। ଦ୍ବିତୀୟରେ ୪୦, ୧୩୧ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟରେ ଥିଲେ ବିଜେପିର ଜଗବନ୍ଧୁ ବେହେରା । ସେହିଭଳି ୨୦ ହଜାର ୨୬ ଖଣ୍ଡ ଭୋଟ୍ ପାଇଥିଲେ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସେଠୀ । ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ୩ ଥର ପାଇ ବିଜୟଲାଭ କରି ଆସୁଛନ୍ତି ସୁବ୍ରତ ତରାଇ । ଏଥର ବି ବିଜୟର ବାନା ଉଡ଼ାଇବା ପାଇଁ ସମସ୍ତ ଯୋଜନା କରିଥିଲା ଦଳ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.