ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଲେ, ଅଳ୍ପକେ ବର୍ତିଲେ ଛାତ୍ରୀ

ନୀଳଗିରି, ୩/୬ : ସକାଳେ ଶୌଚ ପାଇଁ ବାଡ଼ି ପଟକୁ ଯାଇଥିବା ହାତୀ ହାବୁଡ଼ରେ ପଡିଲେ ଛାତ୍ରୀ। ବାପାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଛାତ୍ରୀ ଜଣକ ଅଳ୍ପକେ ବର୍ତି ଯାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। 

ସୂଚନାନୁଯାୟୀ, ନୀଳଗିରି ବ୍ଲକର କେସିପୁର ପଞ୍ଚାୟତ ଅଧୀନ ଟୁଲୁଙ୍କଡ଼ାବ ଗାଁର ସତ୍ୟ ପଳେଇଙ୍କ ଝିଅ ଅନୁସୟା ଆଜି ସକାଳେ ବାଡ଼ିପଟକୁ ଶୌଚ ପାଇଁ ଯାଇଥିଲେ। କୁଲଡିହା ଜଙ୍ଗଲରୁ ଖସି ଆସିଥିବା ଏକ ହାତୀ ତାଙ୍କ ଉପରକୁ ଆତର୍କିତ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା। ଛାତ୍ରୀ ଜଣକ ଏକ ଖାଲୁଆ କାଦ ସ୍ଥାନରେ ପଡ଼ିଯିବାରୁ ହାତୀଟି ଛାତ୍ରୀଙ୍କ ଉପରେ ଗୋଡ଼ ପକାଇ ଦେଇଥିଲା । ଚିତ୍କାର ଶୁଣି ତାଙ୍କ ବାପା ସେଠାରେ ପହଁଚି ବଡ଼ ଜୋରରେ ପାଟି କରିବାରୁ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲା। ଛାତ୍ରୀ ଜଣଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି। ଖବର ପାଇ କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ, ଫରେଷ୍ଟର ବାଲୁକେଶ୍ଵର ହେମ୍ବ୍ରମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଏହି ଖବରପାଇ ବିଜେପି ନେତା ମନୋରଞ୍ଜନ ବେହେରା ଡାକ୍ତରଖାନାରେ ପହଞ୍ଚି ଛାତ୍ରୀଙ୍କ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଆକ୍ରମଣରେ ଛାତ୍ରୀଙ୍କ ମୁଣ୍ଡ, ମୁହଁ, ପିଠି, ଗୋଡ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.