ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

୬ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର, ୮.୨୫% କୁ ବଢିଲା ଇପିଏଫ୍‌ଓ ସୁଧ ହାର

Published By : Prameya | February 10, 2024 12:56 PM

ନୂଆଦିଲ୍ଲୀ,୧୦।୨:  କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ନିବେଶକଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି (ସିବିଟି) ପିଏଫ୍ ଉପରେ ମିଳୁଥିବା ସୁଧ ହାର ବଢାଇବାର ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁସାରେ, ୨୦୨୩-୨୪ ସୁଧ ହାର ୮.୨୫% ହେବ। ଏହା ପୂର୍ବ ବର୍ଷରେ ୮.୧୫% ଥିଲା। ଉଲ୍ଲେଖନୀୟ ଯେ, ଗତ ୩ ବର୍ଷରେ ଏହା ସବୁଠାରୁ ଅଧିକ ସୁଧ ହାର।

୨୦୨୧-୨୨ରେ ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ୮.୧୫ ପ୍ରତିଶତ ଓ ୨୦୨୩-୨୪ରେ ଏହାକୁ ବୃଦ୍ଧି କରି ୮.୨୫ ପ୍ରତିଶତ କରାଯାଇଛି। ପିଟିଆଇର ରିପୋର୍ଟ ଅନୁସାରେ, ଶନିବାର ସିବିଟି ପକ୍ଷରୁ ହୋଇଥିବା ବୈଠକରେ ୨୦୨୩-୨୪ ପାଇଁ ଇପିଏଫ୍‌ଓ ଜମା ଉପରେ ସୁଧ ହାର ବୃଦ୍ଧି ସହମତି ପାଇଁ ଅର୍ଥମନ୍ତ୍ରଣାଳୟକୁ ପଠାଯିବ। ସେଠାରେ ଏହା ଅନୁମୋଦନ ଲାଭ କରିବା ପରେ ଲାଗୁ କରାଯିବ। ଫଳରେ ୬ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.