ପ୍ରମୂଖ ଖବର

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି, ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଚନ୍ଦାହାଣ୍ଡି,୨୯/୪ : ଆଜି ଦ୍ବିପ୍ରହରରେ ଚନ୍ଦାହାଣ୍ଡି ବ୍ଲକରେ କାଳ ବୈଶାଖୀ ପ୍ରଭାବରେ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଦିନ ଦ୍ବିପ୍ରହରରେ ପ୍ରବଳ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ଦ୍ବାରା ଚନ୍ଦାହାଣ୍ଡି ବ୍ଲକ ବିଭିନ୍ନ ଗ୍ରାମରେ ବହୁ ଘରର ଛାତ ଉଡ଼ିଯିବା ସହ ବହୁ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି । ବତାଝର, ଫଟିକି, ହଳଦୀ, ପାଟଖଲିଆ, ଲାଙ୍ଗପଡା ଗ୍ରାମରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇ ବତାଝର ନିକଟରେ ଦୁଇଟି ବିଦ୍ୟୁତ ଖମ୍ବ ଭାଙ୍ଗି ଯାଇଥିବାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଚନ୍ଦାହାଣ୍ଡି ବ୍ଲକରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । 

ବିଭିନ୍ନ ଗ୍ରାମରେ ବହୁ ବ୍ୟକ୍ତିଙ୍କ ଘର ଛାତ ଉଡ଼ି ଯାଇଥିବାବେଳେ ଅନ୍ୟ କିଛି ଲୋକଙ୍କ ଆଂଶିକ କ୍ଷତି ହୋଇଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଅସନ୍ତାକାଲି ଚନ୍ଦାହାଣ୍ଡି ରାଜସ୍ବ ବିଭାଗ ସମସ୍ତ ଗ୍ରାମକୁ ଯାଇ କ୍ଷୟକ୍ଷତି ଆକଳନ କରିବେ ବୋଲି ତହସିଲଦାର ସହଦେବ କୁଟ୍ରୁକା ପ୍ରକାଶ କରିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ରାସ୍ତାରେ ପଡ଼ିଥିବା ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି । ଚନ୍ଦାହାଣ୍ଡି ବ୍ଲକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜିର ବର୍ଷା କିଛି ପରିମାଣରେ ପରିବେଶକୁ ଥଣ୍ଡା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.