ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୩୫ ମିଲିୟନ୍‌ ଡଲାରର F-35 ଫାଇଟର ଜେଟ୍‌ କ୍ରାସ୍, ପାଇଲଟ୍‌ ଗୁରୁତର

Image Courtesy: reddit

ମେକ୍ସିକୋ: ନ୍ୟୁ ମେକ୍ସିକୋର ଅଲବୁକର୍କରେ ଆମେରିକୀୟ ଫାଇଟର ଜେଟ୍‌ F-35 କ୍ରାସ ହୋଇଛି । ଆଉ ଏଥିରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଏହାର ପାଇଲଟ୍‌ ଗୁରୁତର ହୋଇଛନ୍ତି । ଆମେରିକାର ବିକଶିତ ଫାଇଟର ଜେଟ୍‌ ଏଫ-୩୫ କିଭଳି କ୍ରାସ ହେଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ୧୩୫ ମିଲିୟନ୍‌ ଡଲାର ମୂଲ୍ୟର ଏହି ଯୁଦ୍ଧ ବିମାନ ଏଫ-୩୫ର ଅପଗ୍ରେଡେଡ୍‌ ଭର୍ଜନ ବୋଲି କୁହାଯାଉଛି ।

ଆମେରିକୀୟ ପ୍ରତିରକ୍ଷା ବିଭାଗ ଅନୁସାରେ, ଏଡଓ୍ବାର୍ଡ ଏୟାର ଫୋର୍ସ ବେସ୍‌ ଆଡ଼କୁ ଯାଉଥିବା ବେଳେ ଅଲବୁକର୍କରେ କ୍ରାସ ହୋଇଛି ଏଫ-୩୫ ଜେଟ୍ । ଦକ୍ଷିଣ କାଲିଫର୍ଣ୍ଣିଆରେ ଥିବା ଏଡଓ୍ବାର୍ଡ ଏୟାର ଫୋର୍ସ ବେସ୍ ଅଲବୁକର୍କରୁ ୧୧୦୦ କିଲୋମିଟର ଦୂରତାରେ ରହିଛି । ମିଳିଥିବା ସୂଚନା ଅନୁସାରେ, କର୍ଟଲାଣ୍ଡ ଏୟାର ଫୋର୍ସ ବେସ୍‌ରେ ରିଫୁଏଲ କରିବା ପରେ ପରେ ଫାଇଟର ଜେଟଟି କ୍ରାସ ହୋଇଥିଲା ।

ଅଲବୁକର୍କ ସ୍ଥିତ ଅଗ୍ନିଶମ ବିଭାଗର ମୁଖପାତ୍ର ଜେସନ ଫେଜର କହିଛନ୍ତି, ଫାଇଟର ଜେଟ୍‌ କ୍ରାସ ହୋଇଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣା ସଂପର୍କରେ ଖବର ମିଳିବା ପରେ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।କ୍ରାସ୍ ରାସ୍ତା ଉପରେ ଖସିପଡ଼ିଥିବା ଜେଟର ନିଆଁକୁ ଆୟତ୍ତ କରାଯାଇଛି । ଏହି ଦୁର୍ଘଟଣାରେ ପାଇଲଟ ଗୁରୁତର ହୋଇଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଅଲବୁକର୍କର ମେୟର ଟିମ୍‌ କେଲର ।ତେବେ ନ୍ୟୁମେକ୍ସିକୋରେ ଦୁଇ ମାସ ମଧ୍ୟରେ ଦୁଇଟି ଫାଇଟର ଜେଟ୍‌ କ୍ରାସ ହୋଇଛି । ଏହା ପୂର୍ବରୁ ଏପ୍ରିଲ୍‌ରେ ଏଫ-୧୬ ଫାଇଟିଂ ଫାଲକନ୍‌ ଜେଟ୍‌ କ୍ରାସ ହୋଇଥିଲା ।

 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.