ଆଠଗଡ଼, ୦୫/୦୮ : ପାରିବାରିକ କଳହରୁ ବୋହୂର ନାକ କାଟିଲା ଶ୍ଵଶୁର। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଅମର ବେହେରା ଏବଂ ତାଙ୍କ ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅମର ବେହେରା ବୋହୂର ନାକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ମହିଳାଙ୍କୁ ଆହତ ଅବସ୍ଥାରେ ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ମହିଳା ଜଣକ ଗୁରୁଡିଝଟିଆ ଥାନାର ଦ୍ଵାରସ୍ଥ ହେବାପରେ ପୋଲିସ ପକ୍ଷରୁ ସମ୍ପୃକ୍ତ ଶ୍ଵଶୁର ଅମର ବେହେରାଙ୍କୁ ଥାନାକୁ ଡାକି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।