ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଶ୍ୱ ଆର୍ଦ୍ରଭୂମି ଦିବସ : ଜାଣନ୍ତୁ ଏହାର ମହତ୍ତ୍ଵ

ଭୁବନେଶ୍ଵର, ୦୨/୦୨ : ଆଜି ବିଶ୍ୱ ଆର୍ଦ୍ରଭୂମି ଦିବସ। ପୃଥିବୀ ପାଇଁ ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଫେବ୍ରୁଆରୀ ୨ ତାରିଖରେ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ କରାଯାଏ। ୧୯୭୧ ମସିହା, ଫେବ୍ରୁଆରୀ ଆଜିର ଦିନ ଇରାନର ରାମସାର ସହରରେ ଆର୍ଦ୍ରଭୂମି ଉପରେ ହୋଇଥିବା ସମ୍ମେଳନ ସ୍ମୃତିରେ ମଧ୍ୟ ଏହି ଦିବସ ପାଳନ କରାଯାଏ । ଉଭାନ୍‌ ହୋଇଯାଉଥିବା ବିଶ୍ୱର  ଆର୍ଦ୍ରଭୂମିଗୁଡ଼ିକର ସୁରକ୍ଷା ଏବଂ କ୍ଷୟ ହୋଇଯାଇଥିବା ଭୂମିର ପୁନରୁଦ୍ଧାର ନିମନ୍ତେ ଅର୍ଥନୈତିକ, ମାନବୀୟ ଓ ରାଜନୈତିକ ସମ୍ବଳର ନିବେଶ ପାଇଁ ଏହି ଦିବସ ମାନବ ଜାତିକୁ ଅନୁରୋଧ କରେ। 

ରାଜସ୍ଥାନର ଉଦୟପୁର ହେବ ଭାରତର ପ୍ରଥମ ଆର୍ଦ୍ରଭୂମି ସହର ହେବ। ରାଜସ୍ଥାନ ସରକାର ପରିବେଶ ଏବଂ ବନ ବିଭାଗ ସହଯୋଗରେ ଉଦୟପୁରକୁ ଭାରତର ପ୍ରଥମ ଆର୍ଦ୍ରଭୂମି ସହର ମାନ୍ୟତା ଦେବା ଲକ୍ଷ୍ୟରେ ପ୍ରୟାସ ଜାରି ରଖିଛନ୍ତି। ଚିଲିକା ହ୍ରଦ ସମେତ ଭାରତର ୪ଟି ଆର୍ଦ୍ରଭୂମିକୁ ୟୁନେସ୍କୋରେ ସାମିଲ କରାଯାଇଛି। ଆର୍ଦ୍ରଭୂମି ଜୈବ ବିବିଧତାର ହଟ୍‌ସ୍ପଟ୍। ଏହା ବହୁ ଜଳୀୟ ଜୀବ ଏବଂ ବନସ୍ପତିର ଆବାସସ୍ଥଳୀ। ଏହା ପକ୍ଷୀମାନଙ୍କର ଘର କହିଲେ ଚଳେ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.