ସାଲେପୁର ୦୩/୦୯: ଚଳନ୍ତା ୧୦୮ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ। ଏକ ବଡ଼ ଅଘଟଣରୁ ବର୍ତ୍ତି ଗଲେ ରୋଗୀ। ଏଭଳି ଘଟଣା ଘଟିଛି କଟକ ସାଲେପୁର ରାସ୍ତାର ଶିଶୁଆ ବଜାରରେ ।
ସୂଚନା ଅନୁଯାୟୀ, ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ନେଇ ସାଲେପୁର ମେଡିକାଲରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ସାଲେପୁର ରାସ୍ତାର ଶିଶୁଆ ବଜାର ନିକଟରେ ହଠାତ ଆମୁଲାନ୍ସରେ ନିଆଁ ଲାଗିଯାଇଥିଲା। ସ୍ତାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ରୋଗୀକୁ ଉଦ୍ଧାର କରି ଅନ୍ୟ ଏକ ଆମ୍ବୁଲାନ୍ସରେ ମେଡିକାଲକୁ ପଠାଇଥିଲେ। ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସରେ ନିଆଁ ଲାଗିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ତେବେ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।