ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ

କାମାକ୍ଷାନଗର,୨୬।୧୧  ହୋଟେଲରେ ରୋଷେଇ ବେଳେ  ରନ୍ଧନ ଗ୍ୟାସରେ ଲାଗିଲା ନିଆଁ ।  ଅଳ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତି ହୋଟେଲରେ ଏପରି ଅଘଟଣ ଘଟିଛି। 

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତି ହୋଟେଲର ଗ୍ୟାସ ଟାଙ୍କିରେ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା। ଫଳରେ ଗ୍ୟାସ ଟାଙ୍କିଟି ହୁତୁହୁତୁ ହୋଇ ଜଳିବାରେ ଲାଗିଥିଲା। ହୋଟେଲ କର୍ମଚାରୀ ଉପସ୍ଥିତି ବୁଦ୍ଧି ଖଟାଇ ଗ୍ୟାସ ଟାଙ୍କିଟି ହୋଟେଲ ବାହାରକୁ ବାହାର କରିଦେଇଥିଲେ। ରାସ୍ତା ଉପରେ ଟାଙ୍କିଟି ଜଳିବାରେ ଲାଗିଥିଲା। ଏଠାରେ ଉପସ୍ଥିତ ଲୋକମାନେ ଓ ହୋଟେଲ କର୍ମଚାରି ଜଳୁଥିବା ଟାଙ୍କି ଉପରକୁ ବାଲି ଫିଙ୍ଗିଥିଲେ। ଖବରପାଇ ଅଗ୍ନିଶମ ବାହୀନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ବେଶ କିଛିସମୟ ପରେ ଆୟତ୍ତ କରିଥିଲେ।  ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଗ୍ୟାସ ପାଇପ ଲିକେଜ ଯୋଗୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି।

ଆହୁରି ପଢନ୍ତୁ : ହରିପୁର ବୋମା ମାଡ଼ ଘଟଣା : ୫ ଗିରଫ, ୩ ଖଣ୍ଡା ଓ ୫ ବୋମା ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.