ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପୋଲିସ ଓ ବିଏସଏଫ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ମାଲକାନଗିରି : ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଏବଂ ନିରପେକ୍ଷ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ କିପରି ନିର୍ବାଚନ କାର୍ଯ୍ୟକ୍ରମ ସୁରୁଖୁରୁରେ ହେବ ସେନେଇ ପୋଲିସ ବିଭାଗ ତତ୍ପର ରହିଥିବା ସହ ଆଜି ଜିଲ୍ଲା ପୁଲିସ, ସୀମା ସୁରକ୍ଷା ବାହିନୀ ଓ ଏସଏସବିଏନ ପକ୍ଷରୁ ମିଳିତ ଭାବେ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। 

ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ସଚିନ ପଟେଲଙ୍କ ନେତୃତ୍ୱରେ ଜିଲ୍ଲା ସଦରରେ ପୋଲିସ କର୍ମଚାରୀ ଓ ବିଏସଏଫ ଓ ଏସଏସବିଏନର ଯବାନମାନେ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରି ସହର ପରିକ୍ରମା କରିଥିଲେ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ଏବଂ ପୋଲିସ ଉପରେ ଲୋକଙ୍କ ବିଶ୍ୱାସନୀୟତାକୁ ବଢାଇବା ଏହି ଫ୍ଲାଗ ମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସଡିପିଓ ଶ୍ରୀ ପଟେଲ ପ୍ରକାଶ କରିଥିଲେ। 

ଏହା ବ୍ୟତୀତ ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓ ଛତିଶଗଡକୁ ଲାଗି ରହି ଥିବା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ୨୪ ଘଣ୍ଟିଆ ଯାଞ୍ଚ ବ୍ୟବସ୍ଥା ଏବଂ ଦୁର୍ଗମ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଉଥିବା ସେ ପ୍ରକାଶ କରିଥିଲେ। ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ଆସନ୍ତା ମେ୧୩ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ,କିପରି ସୁରୁଖୁରୁରେ ନିର୍ବାଚନ ହୋଇ ପାରିବ ଏବଂ ସାଧାରଣ ଜନତା ନିଜ ନିଜର ମତ ବିନା କୌଣସି ବାଧା ବିଘ୍ନରେ ଦେଇ ପାରିବେ ସେ ଦିଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଦୃଷ୍ଟି ରଖିଥିବା ମଧ୍ୟ ଶ୍ରୀ ପଟେଲ ମତ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.