ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରଲୋକ, ୬୭ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

ଭୁବନେଶ୍ୱର ୦୭/୧୧: ସାତ ଦିନର ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଆଖି ବୁଜିଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି। ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମହେଶ୍ୱର ମହାନ୍ତିଙ୍କ ଦେହାନ୍ତରେ ପୁରା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

ମହେଶ୍ଵର ମହାନ୍ତିଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ସୂଚନାଯୋଗ୍ୟ, ଗତ ମଙ୍ଗଳବାର  ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗଦେବା ପରେ ମହେଶ୍ୱରଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ରାତାରାତି ତାଙ୍କୁ ଭୁବନେଶ୍ୱର ଏକ ଘରୋଇ  ମେଡିକାଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡର ଏକ ସ୍ଥାନରେ ସୃଷ୍ଟି ହୋଇଥିବା ରକ୍ତ ଜମାଟ ହଟାଇବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଏହାକୁ ଅପରେସନ କରିବା ମଧ୍ୟ ତାଙ୍କ ଜୀବନପ୍ରତି ବିପଦ ଥିଲା। ରବିବାର ଅପରାହ୍ଣରୁ  ଆଇସିୟୁରେ ଥିଲେ ମହେଶ୍ୱର ,ସ୍ଥିତି  ଗମ୍ଭୀର ରହିଥିଲା । ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଆଜି ମଙ୍ଗଳବାର ଭୋର ସମୟରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି।

ବିଜେଡ଼ିର ଟାଣୁଆ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ମହେଶ୍ୱର ମହାନ୍ତି ।ପୁରୀ ବିଧାନସଭା କ୍ଷେତ୍ରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୧୯୯୫ରୁ ୨୦୧୪ ଯାଏଁ ପୁରୀରୁ ପ୍ରତିନିଧିତ୍ବ କରିଥିଲେ । ସେହିପରି ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଓଡିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ନବୀନ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ତାଙ୍କ ମନ୍ତ୍ରୀ ଥିବା ସମୟରେ ଅନେକ ଯୁଗାନ୍ତକାରୀ ଯୋଜନା ଆଣିଥିଲେ ।

ସେପଟେ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ପୁରା ପୁରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖାସ୍‌ କରି ପରିବାର ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମହେଶ୍ୱର ମହାନ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି ।


  • prameyanews
  • PrameyaOdia
  • prameya
  • Maheswar Mohanty
  • Copyright © 2022 - Summa Real Media Private Limited. All Rights Reserved.