ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପଞ୍ଜାବରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୮/୦୬: ପଞ୍ଜାବର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଓଡିଶାର ଜଣେ ଛାତ୍ରୀ ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ଏହି ସଙ୍ଗୀନ ମାମଲାରେ ସେଠାକାର ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ, ଅମନ୍‌,  ରଣବୀର ସିଂ, ମନଜିତ୍‌ ସିଂ । ଘଟଣାଟି ପୁରା ପଞ୍ଜାବରେ ଆଲୋଡ଼ନ ସୃଷ୍ଟି କରିଛି । 

ସୂଚନା ମୁତାବକ, ୨୪ ବର୍ଷୀୟ ଛାତ୍ରୀ ଜଣକ ଲଭ୍‌ଲି  ପ୍ରଫେସନାଲ ୟୁନିଭରସିଟିରେ  ବିବିଏ ପଢ଼ୁଛନ୍ତି । ଗତ ୨୪ ତାରିଖ  ରାତିରେ ଛାତ୍ରୀଜଣକ ୨ଜଣ ପୁରୁଷ  ବନ୍ଧୁ (ସହପାଠୀ)ଙ୍କ ସହ ତଲୱାନ ରୋଡକୁ ଖାଇବାକୁ ଯାଇଥିଲେ । ସେଠାକାର ଏକ ଫୁଡ୍‌ କୋର୍ଟ ସାମ୍ନାରେ ଖାଉଥିବା ବେଳେ ଗୋଟିଏ ବାଇକ୍‌ରେ ୩ଜଣ ଅଭିଯୁକ୍ତ  ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଖାଲସା(ନିହାଙ୍ଗ)  ବେଶଧାରୀ ଥିଲେ । ସେମାନଙ୍କ ହାତରେ ଛୁରି ଥିଲା । ୨ଜଣ  ଯୁବକଙ୍କ ସହ ଅଧରାତିରେ କ’ଣ କରୁଛ ବୋଲି ସେମାନେ  ଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ୨ଜଣ ପୁରୁଷବନ୍ଧୁଙ୍କୁ ଘଟଣାସ୍ଥଳରୁ ପଳାଇବାକୁ କହି ଧମକାଇଥିଲେ । ଏହାସହ ଛାତ୍ରୀଙ୍କୁ ନେଇ ହଷ୍ଟେଲ ଛାଡି ଦେବାକୁ କହିଲେ । ଛାତ୍ରୀଜଣକ ଏହାକୁ ବିରୋଧ କରିବାରୁ ୩ଜଣ ଅଭିଯୁକ୍ତ ଜବରଦସ୍ତି ତାଙ୍କୁ ଏକ ନିଛାଟିଆ ଜାଗାକୁ ଉଠାଇ ନେଇଥିଲେ । ସେଠାରେ ଦୁଷ୍କର୍ମ କରିବା ପରେ ସଂଜ୍ଞାହୀନ ଅବସ୍ଥାରେ ଛାତ୍ରୀଙ୍କୁ ଛାଡି ଖସି ପଳାଇଥିଲେ । ଜଳନ୍ଧରର ପଟାରା ଥାନା  ପୁଲିସ ଘଟଣାକୁ ଗୁରୁତର ସହ ନେଇ ୩ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଲଢ଼େୱାଲି  ଅଞ୍ଚଳର । ଛାତ୍ରୀଙ୍କ ପରିବାର ଲୋକ  ସେଠାରେ ପହଞ୍ଚିଛନ୍ତି । 

ତଦନ୍ତରୁ ଜଣାପଡିଥିଲା, ସେମାନଙ୍କ ମଧ୍ୟରୁ ଜଣେ ଉକ୍ତ କଲେଜର  ଛାତ୍ର ଥିଲା । କୌଣସି କାରଣରୁ ତାକୁ କଲେଜରୁ ବହିଷ୍କୃତ କରାଯାଇଥିଲା । ଅନ୍ୟ ଜଣେ ଜଳ ବିଶୋଧନାଗାର  ବିଭାଗର ସରକାରୀ ଚାକିରିଆ । ତୃତୀୟ ଅଭିଯୁକ୍ତଜଣକ ଏକ ଇଲେକ୍ଟ୍ରିକ୍‌ ଦୋକାନର ମାଲିକ । ୩ ଜଣଯାକ ନିହାଙ୍ଗ  ସମ୍ପ୍ରଦାୟର ନୁହନ୍ତି । କିନ୍ତୁ ଖାଲସା ବେଶରେ ସଜେଇ ହୋଇ ଦୁଷ୍କର୍ମ ଭିଆଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.