ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ସରକାରୀ କ୍ୱାଟର ଛାଡ଼ିବେ କେଜ୍ରିଓ୍ୱାଲ; କହିଲେ'ମୋତେ କେବଳ ଭଗବାନ ରକ୍ଷା କରିବେ'

ନୂଆଦିଲ୍ଲୀ,୧୮/୦୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତକାଲି ପଦରୁ ଇସ୍ତଫା ଦେବା ପରେ କ୍ବାଟର ଛାଡ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ଏବେ ସବୁକୁ ଛାଡ଼ିବାକୁ ଯାଉଛନ୍ତି । ତେବେ କ୍ବାଟର ଛାଡ଼ିବା ପରେ ସେ କେଉଁଠି ରହିବେ ସେ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏନେଇ ଆପ ନେତା ସଞ୍ଜୟ ସିଂ କହିଛନ୍ତି କି, ତାଙ୍କୁ ସୁରକ୍ଷା ଦିଆଯାଉ । ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଅନ୍ୟପଟେ କେଜ୍ରିଓ୍ବାଲ କହିଛନ୍ତି ଯେ, ମୋତେ କେବଳ ଭଗବାନ ରକ୍ଷା କରିବେ । ଏତେଦିନ ଜେଲରେ ରହିଲି । ବହୁ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହ ରହିଛି ଏଣୁ ମୋର କାହାକୁ ଭୟ କରିବାର ନାହିଁ । ମୋତେ କେବଳ ଭଗବାନ ରକ୍ଷା କରିବେ ।

ତେବେ ପଦ ଛାଡିବା ପରେ ୫୨ କୋଟି ଟଙ୍କା ଖର୍ଚ୍ଚ କରି କେଜରିୱାଲ ନବୀକରଣ କରିଥିବା କ୍ୱାଟରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ୱାଟର ଆସନ୍ତା ୧୫ ଦିନ ଭିତରେ କେଜରିୱାଲଙ୍କୁ ଛାଡିବାକୁ ହେବ । ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ସରକାରୀ ବାସଭବନ ନବୀକରଣକୁ ନେଇ ବିବାଦୀୟ ହୋଇପଡିଥିଲେ କେଜରିୱାଲ । ନବୀକରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ଘେରିଥିଲେ ବିରୋଧୀ । ବିଜେପି ଅଭିଯୋଗ କରିଥିଲା କି ଦେଶ ମହାମାରୀ କରୋନା ସହ ଲଢୁଥିବା ବେଳେ କେଜରିଓା୍ୱଲ କ୍ୱାଟରକୁ ବିଶାଳ ବଙ୍ଗଳାରେ ପରିଣତ କରିଥିଲେ । ଏଥିରେ ବିଭିନ୍ନ ଦେଶରୁ ମଗାଯାଇଥିବା ବହୁ ବିଳାଶସାମଗ୍ରୀ ଖଚିତ କରାଇଥିଲେ । ଆନା ହଜାରେଙ୍କ ସହ ଲୋକପାଳ ବିଲ ଆଣିବାକୁ ଆନ୍ଦୋଳନ କରିବା ସମୟରେ ଅରବିନ୍ଦ ଦେଇଥିବା ନିରାଡମ୍ବରପୂର୍ଣ୍ଣ ବୟାନକୁ ଉଜାଗର କରିଥିଲା ବିଜେପି । ଏଥିସହ କ୍ଷମତାକୁ ଆସିବା ପରେ କେମିତି ଅରବିନ୍ଦ ଜନତାର କଷ୍ଟକୁ ଅଣଦେଖା କରି ନିଜ ସ୍ୱାର୍ଥସାଧନ ଓ ଆଧିପତ୍ୟ ବିସ୍ତାରରେ ଲାଗିଥିଲେ ତାକୁ ଦେଖାଇ କାଜରିୱାଲଙ୍କୁ ଘେରିଥିଲା ବିଜେପି ।

ବିଜେପି ଲଗାତାର ଭାବେ କେଜ୍ରିଓ୍ବାଲଙ୍କୁ ବଦନାମ କରିବା ପାଇଁ ବିଭିନ୍ନ ଯୋଜନାମାନ କରୁଥିବାବେଳେ ତାଙ୍କୁ ଜେଲରେ ଭର୍ତ୍ତି କରିଥିଲା । ଯାହାକୁ ନେଇ ଆପ ନେତାମାନେ ନିନ୍ଦା କରିଛନ୍ତି । ଅନ୍ୟପଟେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଦିଲ୍ଲୀବାସୀ ବେଶ ଦୁଃଖ ପ୍ରକାଶ କରିଛନ୍ତି । ଯିଏ ସେମାନଙ୍କ ପାଇଁ ଏତେ କାମ କଲେ ଆଉ ଶେଷରେ ଜେଲ ମଧ୍ୟ ଗଲେ ଏମିତିକି ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡ଼ିବାକୁ ପଡ଼ିଲା । ମାଗଣା ଶିକ୍ଷା, ବିଜୁଳି ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ଆକ୍ରମଣାତ୍ମକ ରାଜନୀତି କରୁଥିବା ବିଜେପିକୁ  ଜନତା ନିନ୍ଦା କରୁଥିବା ଆପ୍ ନେତା କହିଛନ୍ତି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.