ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିପାରେ ଭାରତର ୧୦ ଆପ୍, ସେବା ଶୁଳ୍କ ଦେଇନଥିବା କହିଲା କମ୍ପାନୀ...

ନୂଆଦିଲ୍ଲୀ: ଭାରତର ୧୦ କମ୍ପାନୀଙ୍କ ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇବାକୁ ଯୋଜନା କରୁଛି ଜଣାଶୁଣା ଟେକ୍ କମ୍ପାନୀ ଗୁଗଲ । ଏହି କମ୍ପାନୀ ମାନେ ସେବା ଶୁଳ୍କ ଦେଇନଥିବା କହିଛି ଗୁଗୁଲ୍ । ଏହାକୁ ନେଇ ସଂପୃକ୍ତ କମ୍ପାନୀ ମାନଙ୍କୁ ଚେତାବନୀ ଦେଇଛି ଗୁଗୁଲ୍ । ଏମାନେ କମ୍ପାନୀ ପଲିସିର ଅନୁପାଳନ କରିନଥିବା କହିଛି ଗୁଗୁଲ । 

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସର୍ଚ୍ଚ ଇଂଜିନ୍ ଗୁଗୁଲର କହିବା କଥା ଯେ, ଏହା ପାଖରେ ଏହାର ଆପ୍ ଷ୍ଟୋର୍ ଗୁଗୁଲ ପ୍ଲେ ର ଉପଯୋଗ କରୁଥିବା ୨ ଲକ୍ଷରୁ ଅଧିକ ଭାରତୀୟ ଡେଭଲପର୍ସ ଅଛନ୍ତି, ଯେଉଁମାନେ ଆମର ପଲିସି ବା ନୀତିର ଅନୁପାଳନ କରୁଛନ୍ତି । ହେଲେ ଏହି ୧୦ କମ୍ପାନୀ ମାନେ ସେବା ଶୁଳ୍କ ପଇଠ କରିନଥିବା ବିକଳ୍ପ ଚୟନ କରିଛନ୍ତି । କମ୍ପାନୀ ଏବେ ଏହାର ଆପ୍ ଷ୍ଟୋର୍ ବିଲିଂ ପଲିସି ଆରମ୍ଭ କରିବାକୁ ଯାଉଛି । ଯାହାର ଅର୍ଥ ହେଉଛି ପଲିସିକୁ ଅନୁପାଳନ କରୁନଥିବା ଆପ୍‌ ଗୁଡିକୁ ପ୍ଲଲେ ଷ୍ଟୋରରୁ ହଟାଇ ଦିଆଯିବ । 

ଫେବୃଆରୀ ୯ ରେ ଗୁଗୁଲର ବିଲିଂ ନୀତି ବିରୋଧରେ ଅନେକ ଷ୍ଟାର୍ଟଅପ୍ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିଲେ। କିନ୍ତୁ ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧିନ ଖଣ୍ଡପୀଠ ଏହା ଉପରେ ଅନ୍ତରୀଣ ରହିତାଦେଶ ଆଣିବାକୁ ମନା କରିଦେଇଥିଲେ । 

  

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.