ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

୭୧,୦୦୦ ଟନ୍‌ ପିଆଜ କିଣିଲା କେନ୍ଦ୍ର, ଖୁବ୍‌ଶୀଘ୍ର କମିବ ପିଆଜର ଖୁଚୁରା ଦର

ନୂଆଦିଲ୍ଲୀ,୨୩/୦୬: ଚଳିତ  ବର୍ଷ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର  ବଫର ଷ୍ଟକ୍‌ ପାଇଁ ପ୍ରାୟ ୭୧,୦୦୦  ଟନ୍‌ ପିଆଜ କିଣିଛନ୍ତି । ଦରବୃଦ୍ଧିକୁ  ନିୟନ୍ତ୍ରଣ କରିବା ସକାଶେ ମୋଟ  ୫ ଲକ୍ଷ ଟନ୍‌ ପିଆଜ ସଂଗ୍ରହ ପାଇଁ  ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶର  ଅନେକ ସ୍ଥାନରେ ମୌସୁମୀର  ଅଗ୍ରଗତିକୁ ଦୃଷ୍ଟିରେ ରଖି ସରକାର  ଆଶା କରୁଛନ୍ତି ଯେ, ଖୁବ୍‌ଶୀଘ୍ର  ପିଆଜର ଖୁଚୁରା ଦର କମିବ। 

ଖାଉଟି  ବ୍ୟାପାର ମନ୍ତ୍ରାଳୟ ତଥ୍ୟ ଅନୁସାରେ,  ଶୁକ୍ରବାର ସମଗ୍ର ଦେଶରେ ପିଆଜର  ହାରାହାରି ଦର କିଲୋ ପିଛା ୩୮.୬୭  ଟଙ୍କା ରହିଥିଲା । ଖାଉଟି ବ୍ୟାପାର  ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ  ସୂଚନା ଅନୁସାରେ, ଜୁନ୍‌ ୨୦ ସୁଦ୍ଧା  କେନ୍ଦ୍ର ସରକାର ୭୦,୯୮୭ ଟନ୍‌  ପିଆଜ ସଂଗ୍ରହ କରିଛନ୍ତି, ଯାହାକି  ପୂର୍ବବର୍ଷ ସମାନ ସମୟରେ  ୭୪,୦୭୧ ଟନ୍‌ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.