ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ରେକର୍ଡ, ତୃତୀୟ ଭାରତୀୟ ଭାବେ ଖେଳିଲେ ୧୦୦ ଟି-ଟ୍ୱେଣ୍ଟି ମ୍ୟାଚ୍‌

ବ୍ରିଜ୍‌ଟାଉନ,୩୦/୦୬: ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍‌ ମୁକାବିଲାରେ ଟସ୍‌ ପଡ଼ିବା ସହ ଟିମ୍‌ ଇଣ୍ଡିଆ ଉପଅଧିନାୟକ ହାର୍ଦ୍ଦିକ  ପାଣ୍ଡ୍ୟାଙ୍କ ନାମରେ ଏକ ରେକର୍ଡ଼ ଯୋଡ଼ି ହୋଇଥିଲା । ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ ତୃତୀୟ ଭାରତୀୟ ଭାବେ ୧୦୦ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାର ଗୌରବ ଲାଭ କରିଥିଲେ । ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ  ସର୍ବାଧିକ ୧୫୯ଟି ମ୍ୟାଚ୍‌ ଖେଳିଥିବାବେଳେ କୋହଲି ୧୨୫ଟି ମ୍ୟାଚ୍‌ ସହ ଦ୍ୱିତୀୟରେ ରହିଛନ୍ତି । ପାଣ୍ଡ୍ୟା ୨୦୧୬  ଜାନୁଆରୀ ୨୬ ତାରିଖରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ  ଟି-ଟ୍ୱେଣ୍ଟି ପଦାର୍ପଣ କରିଥିଲେ । ଏହାପରଠୁ ସେ ଦଳର  ନିୟମିତ ସଦସ୍ୟ ରହିଛନ୍ତି । ଇତିମଧ୍ୟରେ ସେ ୧୦୦ଟି  ମ୍ୟାଚ୍‌ ଖେଳି ୧୪୯୨ (୪ ଅର୍ଦ୍ଧଶତକ) ରନ୍‌ ସଂଗ୍ରହ କରି  ସାରିଲେଣି । ଦ.ଆଫ୍ରିକା ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌କୁ ଛାଡ଼ି  ସେ ୯୯ଟି ମ୍ୟାଚ୍‌ରୁ ୮୧ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.