ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସାରା ଦେଶରେ କ୍ରେତାଙ୍କୁ ଠକି ଚାଲିଛନ୍ତି ବିଲ୍ଡର , କିଛି ନିୟମ ରହିବା ଉଚିତ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ସାରା ଦେଶରେ ବିଲ୍ଡର ଓ ପ୍ରପର୍ଟି ବାୟର( କ୍ରେତା)ଙ୍କ ମଧ୍ୟରେ ଡିଲ୍‌କୁ ନେଇ ଏକାପରି ନିୟମ ଗଠିତ ହେବା ଉଚିତ୍‌। ସୁପ୍ରିମ୍‌କୋର୍ଟ ସୋମବାର ଏହି କଥା କହିଛନ୍ତି। କୋର୍ଟ କହିଛନ୍ତି , କି ସାରା ଦେଶରେ ହିଁ ପ୍ରପର୍ଟିର ବାୟର ଠକେଇର ଶିକାର ହେଉଛନ୍ତି। ଚିଫ୍‌ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି , ବାୟର୍ସଙ୍କ ଉପରେ ବିଲ୍ଡଡର କଣ କଣ ଜିନିଷ ଲଦି ପାରନ୍ତି। ଏହାକୁ ନେଇ ଏକ ଦେଶବ୍ୟାପୀ ନିୟମ ହେବା ଉଚିତ୍‌। ଅନ୍ୟଥା ପୂରା ଦେଶରେ କ୍ରେତାଙ୍କୁ ବିଲ୍ଡର ଠକି ଚାଲି ଥିବେ। ଓକିଲ ଆଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ୨୦୨୦ରେ ଦାଖଲ ପିଆଇଏଲ୍‌ରେ ଶୁଣାଣି କରି ଖଣ୍ଡପୀଠ ଏହି କଥା କହିଛନ୍ତି। ଖଣ୍ଡପୀଠରେ ଚିଫ୍‌ ଜଷ୍ଟିସ୍‌ଙ୍କ ବ୍ୟତୀତ ଜଷ୍ଟିସ୍‌ ଡେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ସାମିଲ ଥିଲେ। 

ଏହି କେସ୍‌ର ଶୁଣାଣି ବେଳେ ଓକିଲ ଦେବାଶିଷ ଭାରୁକା କହିଛନ୍ତି କି , ଉକ୍ତ ମାମଲାରେ ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରାଯାଇ ସାରିଛି। ଏହା ବ୍ୟତୀତ ବିଲ୍ଡର ଓ ବାୟର୍ସଙ୍କ ମଧ୍ୟରେ ଏଗ୍ରିମେଣ୍ଟର ଡ୍ରାଫ୍ଟ କପି ମଧ୍ୟ ଦିଆଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ପରାମର୍ଶକୁ ମଧ୍ୟ ସାମିଲ କରାଯାଇଛି। ଏହାସହ ହିଁ କୋର୍ଟ ଆଗାମୀ ଶୁଣାଣି ୧୯ ଜୁଲାଇ ଯାଏ ସ୍ଥଗିତ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାରେ କ୍ରେଡାଇ ଅର୍ଥାତ୍‌ କନଫେଡରେସନ ଅଫ୍‌ ରିୟଲ ଏଷ୍ଟେଟ୍‌ ଡେଭଲପମେଣ୍ଟ ଆସୋସିଏସନ ଅଫ୍‌ ଇଣ୍ଡିଆ ପକ୍ଷରୁ ଦିଆଯାଇ ଥିବା ଅଭିଯୋଗ ଉପରେ ମଧ୍ୟ ବିଚାର କରିବା ଉଚିତ୍।

କୋର୍ଟ ଏହା ପୂର୍ବରୁ ଜାନୁୟାରୀ ୨୦୨୨ରେ କହିଥିଲେ କି , ଏକ ନ୍ୟାସନାଲ ମଡେଲ ବିଲ୍ଡର-ବାୟର ଏଗ୍ରିମେଣ୍ଟ ହେବା ଉଚିତ୍‌। ଏଥିରେ ଘରର ବାୟର ସମସ୍ୟାରେ ପଡ଼ିବେ ନାହିଁ। ଅନେକ ଥର ରିୟଲ ଏଷ୍ଟେଟ୍‌ ଡେଭଲପର୍ସ ଅନାବଶ୍ୟକୀୟ ସର୍ତ୍ତ ମଧ୍ୟ ଲଦି ଦିଅନ୍ତି। କୋର୍ଟଙ୍କ କହିବା ଥିଲା କି, ମିଡିଲ କ୍ଲାସ୍‌ ଘର ବାୟରଙ୍କୁ ଏଥିଯୋଗୁଁ ସମସ୍ୟା ଉପୁଜିଥାଏ। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଥିଲେ କି, ଏକ ଷ୍ଟାଣ୍ଡାର୍ଡ ଫର୍ମ ପ୍ରସ୍ତୁତ ହେବା ଉଚିତ୍‌, ଯାହା ହାଉସିଂ ଏଗ୍ରିମେଣ୍ଟ ବେଳେ ପୂରଣ କରାଯାଉ। ଏଥିରେ ଏମିତି ସର୍ତ୍ତ ରହୁ , ଯେଉଁଥିରେ ଗ୍ରାହକଙ୍କ ହିତର ସୁରକ୍ଷା କରାଯାଇ ପାରିବ। ଏହା ବ୍ୟତୀତ ଏହି ସବୁ ସର୍ତ୍ତକୁ ବଦଳାଇବା ସହଜ ନହେଇ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.