ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡାଇବେଟିସ୍‌ ହୋଇଥିଲେ ଏହି ୩ଟି ଜିନିଷ ଠାରୁ ଦୂରେଇ ରୁହନ୍ତୁ , ସୁଗାର ଲେବଲ୍‌କୁ କାବୁ କରି ପାରିବେ

ନୂଆଦିଲ୍ଲୀ : ଭାରତରେ ଡାଇବେଟିସ୍‌ ଖୁବ୍‌ ଜୋରରେ ବଢୁଥିବା ରୋଗର ସ୍ଥାନ ନେବାକୁ ଯାଉଛି। ଏହା ଏକ ସାଇଲେଣ୍ଟ କିଲର , ଯାହା ଧିରେ ଧିରେ ଶରୀରକୁ କ୍ଷତି କରିଥାଏ ଏବଂ ଯେପର୍ଯ୍ୟନ୍ତ ଆପଣଙ୍କୁ ଜଣା ନଥାଏ , ସେପର୍ଯ୍ୟନ୍ତ ଆପଣ ସଂପୂର୍ଣ୍ଣ ରୂପେ ଏହାର କବଳରେ ଥାନ୍ତି। ଯଦି ଥରେ ଡାଇବେଟିସ୍‌ ହୋଇଯାଏ ତ ଏହା ଜୀବନ ସାରା ଆପଣଙ୍କର ପିଛା ଛାଡ଼ି ନଥାଏ। ଏଥିପାଇଁ ଭଲ ହେବ କି ଆପଣ ଏହି ରୋଗକୁ ନେଇ ପ୍ରଥମରୁ ସତର୍କ ରୁହନ୍ତୁ। ଯଦି କାହାକୁ ଏହି ରୋଗ ହୋଇଯାଏ ତ ନିଜର ଖାଦ୍ୟପେୟ ଉପରେ ବିଶେଷ ଭାବେ ଧ୍ୟାନ ରଖିବା ଜରୁରୀ। 

ଖାଦ୍ୟପେୟର ଧ୍ୟାନ ରଖି ଆପଣ ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲରେ ରଖି ପାରିବେ ଏବଂ ଡାଇବେଟିସ୍‌ର ଲକ୍ଷଣ ଗୁଡ଼ିକୁ କାବୁ କରି ପାରିବେ। ଅନେକ ଥର ଆପଣ ଅଜାଣତରେ ଏମିତି ଜିନିଷର ସେବନ କରିଥାନ୍ତି , ଯାହା ରକ୍ତରେ ବ୍ଲଡ୍‌ ସୁଗାରକୁ ବଢାଇବାର କାମ କରିଥାଏ। ଏଥିରେ ଯଦି ଆପଣ ଡାଇବେଟିସର ରୋଗୀ ହୋଇଥାନ୍ତି ତ କେବେ ଭୁଲ୍‌ରେ କିଛି ଫୁଡ୍‌ସ ସେବନ କରିବା ଉଚିତ୍‌ ନୁହେଁ। ଏଠାରେ ଆମେ ଆପଣଙ୍କୁ ଏମିତି ହିଁ ଫୁଡ୍ସ ବିଷୟରେ କହୁଛୁ, ଯାହାକୁ ଆପଣ ଏହି ରୋଗୀରେ ପୀଡ଼ିତ ହେଲେ ଏହାକୁ ଦୂରେଇ ଦେବା ଉଚିତ୍‌। 

ଡାଇବେଟିସ୍‌ର ରୋଗୀଙ୍କୁ ତୈଳଯୁକ୍ତ ଖାଦ୍ୟ ଠାରୁ ଦୂରରେ ରହିବା ଉଚିତ୍‌। ଏହି ରୋଗରେ ଆପଣଙ୍କୁ ପୁରି, ପକୋଡା , ଫ୍ରେଞ୍ଚ ଫ୍ରାଏଡ୍‌ , ଆଲୁ ଚିପ୍ସ , ସମୋସା ଆଦିର ସେବନ କରିବା ଉଚିତ୍‌ ନୁହେଁ। ଏହି ଜିନିଷ ରକ୍ତରେ ଗ୍ଲୁକୋଜର ସ୍ତରକୁ ବଢାଇ ଥାଏ ଏବଂ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ। 

ସଫ୍ଟ ଡ୍ରିଙ୍କସ୍‌ରେ ବହୁତ ଅଧିକ ସୁଗାର ଓ କାର୍ବୋହାଇଡ୍ରେଟ୍‌ ଥାଏ, ଯାହା ବ୍ଲଡ୍‌ ସୁଗାରକୁ ବଢାଇ ପାରେ, ଏଥିପାଇଁ ଡାଇବେଟିସ୍‌ରେ ଏହାର ସେବନ ମଧ୍ୟ କରିବା ଉଚିତ ନୁହେଁ। ଏହାସହ ବଜାରରେ ମିଳୁଥିବା ଅନେକ ପ୍ରକାରର ଏନର୍ଜି ଡ୍ରିଙ୍କସ୍‌ର ମଧ୍ୟ ସେବନ କରିବା ଉଚିତ୍‌ ନୁହେଁ।

ଏହି ରୋଗରେ ଆପଣଙ୍କୁ ଫଳ ଗୁଡ଼ିକର ସେବନ ଠିକ୍‌ ଉପାୟରେ କରିବା ଉଚିତ, କାରଣ କିଛି ଫଳରେ ସୁଗାରର ମାତ୍ରା ଅଧିକ ଥାଏ , ଯେମିତି ଆମ୍ୱ , କଦଳୀ ଆଦି। ଏଥିପାଇଁ କୌଣସି ବି ଫଳ ବା ଫଳର ରସର ସେବନ କରିବା ପୂର୍ବରୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରିବା ଉଚିତ୍‌। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.