ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦମଦାର୍‌ ଶୁଭାରମ୍ଭ ପରେ ଏବେ ଚିନ୍ତାଜନକ ଭାରତର ଇନିଂସ; ରୋହିତ୍‌-ଗିଲ୍‌-ଆୟରଙ୍କ ପରେ ପାଭିଲିୟନ ଫେରିଲେ କୋହଲି

ଅହମ୍ମଦାବାଦ,୧୯/୧୧: ବହୁ ପ୍ରତିକ୍ଷିତ ହାଇ ଭୋଲ୍‌ଟେଜ୍‌ ବିଶ୍ବକପ୍‌ ୨୦୨୩ର ନିର୍ଣ୍ଣାୟକ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ତେବେ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ତେବେ ପ୍ରଥମ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ପ୍ରଥମରୁ ଭଲ ‌ଥିଲେ ବି ଲଗାତାର ତିନୋଟି ଓ୍ବିକେଟ ପରେ ଏବେ ଦଳୀୟ ପ୍ରଦର୍ଶନ ଚିନ୍ତାଜନକ ରହିଛି। 

ରିପୋର୍ଟ ଲେଖା ସରିବା ସୁଦ୍ଧା ଭାରତ ୩୨.୨ ଓଭରରେ ୪ ଓ୍ବିକେଟ ହରାଇ ୧୬୨ ରନ୍‌ କରିଛି। ଦଳ ପକ୍ଷରୁ ପ୍ରଥମେ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ମଇଦାନକୁ ଓହ୍ଲାଇଥିଲେ। ଯଦିଓ ରୋହିତ ଶର୍ମାଙ୍କର ପ୍ରଦର୍ଶନ ପ୍ର‌ଥମରୁ ଭଲ ଥିଲା ଏବଂ ପଡ଼ିଆରେ ଜମିବା ପରେ ୪.୨ ଓଭର ବେଳକୁ ଦଳକୁ ପ୍ର‌ଥମ ଝଟ୍‌କା ଲାଗିଥିଲା। ଆଡମ୍‌ ଜମ୍ପାଙ୍କ ଦ୍ବାରା ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ ଶୁବମନ୍‌ ଗିଲ୍। ସେ ୭ଟି ବଲ୍‌ରେ ମାତ୍ର ୪ ରନ୍‌ କରି ପାଭିଲିୟନ ଫେରିଥିଲେ।

ପଢ଼ନ୍ତୁ: ଫାଇନାଲ ମ୍ୟାଚ୍‌ରେ ସୁରକ୍ଷାରେ ତ୍ରୁଟି ! ହଠାତ ପଡ଼ିଆକୁ ପଶିଆସିଲେ ପାଲେଷ୍ଟାଇନ ସମର୍ଥକ

ପରେ ମଇଦାନକୁ ଓହ୍ଲାଇଥିଲେ ବିରାଟ କୋହଲି। ତେବେ ଉଭୟ କୋହଲି ଓ ରୋହିତଙ୍କ ମଧ୍ୟରେ ଏକ ଉପଯୋଗୀ ଇନିଂସ ଦର୍ଶକ ଆଶା କରୁଥିବା ବେଳେ ମାତ୍ର ୯.୪ ଓଭର ବେଳକୁ ମାକ୍ସଓ୍ବେଲ୍‌ଙ୍କ ଦ୍ବାରା ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ ରୋହିତ ଶର୍ମା। ୩୧ ବଲ୍‌ରେ ୩ଟି ଛକା ଓ ୪ ଟି ଚୌକା ସାହାଯ୍ୟରେ ସେ ୪୭ ରନ୍‌ କରିଥିଲେ। ତେବେ ପରେ ବିରାଟଙ୍କ ସାଥ୍‌ ଦେବାକୁ ମଇଦାନକୁ ଓହ୍ଲାଇଥିବା ଶ୍ରେୟସ୍‌ ଆୟର୍‌ ମଧ୍ୟ ପିଚ୍‌ରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ସେ ମାତ୍ର ୩ଟି ବଲ୍‌ରେ ଗୋଟିଏ ଚୌକା କରି ୧୦.୨ ଓଭରରେ ପାଭିଲିୟନ ଫେରିଥିଲେ। 

ଶ୍ରେୟସ୍‌ଙ୍କ ପରେ ପରେ ପାଳି ସମ୍ଭାଳିବାକୁ ଓହ୍ଲାଇଥିଲେ କେ.ଏଲ୍.ରାହୁଲ। ତେବେ ତିନୋଟି ଓ୍ବିକେଟ ପରେ ଦଳୀୟ ପ୍ରଦର୍ଶନକୁ ନେଇ ଦର୍ଶକ ଚିନ୍ତାରେ ପଡ଼ିଯାଇ‌ଥିବା ବେଳେ ବିରାଟଙ୍କ ଉପରେ ଭରସା ଥିଲା। ସେ ମଧ୍ୟ ପିଚ୍‌ରେ ଜମିବା ପରେ ୨୮.୩ ଓଭର ବେଳକୁ ପାଟ୍‌ କୁମିନ୍ସଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ। ସେ ୬୩ ବଲ୍‌ରେ ୪ଟି ଚିୌକା ସହାୟତାରେ ୫୪ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ବର୍ତ୍ତମାନ ରିପୋର୍ଟ ଲେଖାସରିବା ସୁଦ୍ଧା ପିଚ୍‌ରେ କେ.ଏଲ୍.ରାହୁଲ ଓ ରବିନ୍ଦ୍ର ଜାଡ଼େଜା ଅପରାଜିତ ଅଛନ୍ତି। 

You can also read: ପାକିସ୍ତାନରୁ ଆସିଥିବା ସୀମା ହାଇଦର ଭାରତର ବିଜୟ ପାଇଁ ରଖିଲେ ବ୍ରତ , ପୂଜା ମଧ୍ୟ କଲେ


 

  • IND vs AUS
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.