ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ଇତିହାସ ରଚିଲା ଭାରତ: ପୁରୁଷ, ମହିଳା ଦଳକୁ ଜିତିଲେ ସ୍ୱର୍ଣ୍ଣ ପଦକ

ବୁଦାପେଷ୍ଟ,୨୩/୦୯: ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ  ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ  ଭାରତୀୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଡବଲ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଇତିହାସ ରଚିଛନ୍ତି । ପ୍ରଥମ ଥର ଭାରତ ଅଲିମ୍ପିଆଡର ଉଭୟ ବର୍ଗରେ ସ୍ୱର୍ଣ୍ଣ ଜିତିଛି । 

ଜିଏମ୍‌ ଡି. ଗୁକେଶ, ଆର.  ପ୍ରଜ୍ଞାନନନ୍ଦା, ଅର୍ଜୁନ ଏରିଗାଇସି,  ବିଦିତ ଗୁଜରାଠୀ ଓ ପି. ହରିକ୍ରିଷ୍ଣାଙ୍କୁ ନେଇ ଭାରତୀୟ ଦଳ ୧୧ ତଥା ଫାଇନାଲ ରାଉଣ୍ଡରେ ୩.୫-୦.୫ରେ  ସ୍ଲୋଭେନିଆକୁ ପରାଜିତ କରି  ସର୍ବାଧିକ ୨୧ ପଏଣ୍ଟ ସହ ପ୍ରଥମ ସ୍ଥାନ  ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ରାଉଣ୍ଡରେ ଗୁକେଶ ୧-୦ରେ  ଭ୍ଲାଦିମିର ଫେଡୋସୀଭଙ୍କୁ ପ୍ରଜ୍ଞାନନନ୍ଦା  ୧-୦ରେ ଆଣ୍ଟୋନ ଡେମଚେନକୋଙ୍କୁ  ଏବଂ ଅର୍ଜୁନ ୧-୦ରେ ଜାନ ସୁବେଲଜିଙ୍କୁ  ପରାଜିତ କରିଥିଲେ । କେବଳ  ଗୁଜରାଠୀ ଓ ମାତେଜ ସେବେନିକଙ୍କ  ମଧ୍ୟରେ ବାଜି ଡ୍ର’ ରହିଥିଲା । ମୋଟ୍‌ ୧୭ ପଏଣ୍ଟ ପାଇ ଆମେରିକା  ରୌପ୍ୟ ଏବଂ ସମାନ ପଏଣ୍ଟ ସହ  ଉଜବେକିସ୍ତାନ ବ୍ରୋଞ୍ଜ ପଦକ ଜିତିଛି ।  

ସେହିପରି ଜିଏମ୍‌ ହାରିକା  ଡ୍ରୋନାଭାଲି, ଆର. ବୈଶାଳୀ, ଆଇଏମ୍‌  ଦିବ୍ୟା ଦେଶମୁଖ,  ତାନିଆ ସଚଦେବ ଓ ବନ୍ତିକା ଅଗ୍ରୱାଲଙ୍କୁ ନେଇ ଭାରତୀୟ ମହିଳା ଦଳ  ଅନ୍ତିମ ରାଉଣ୍ଡରେ ୩.୫-୦.୫ରେ ଆଜରବାଇଜାନକୁ ପରାଜିତ କରି ୧୯  ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ଜିତିଥିଲେ । କାଜାଖସ୍ତାନ ୧୮  ପଏଣ୍ଟ ପାଇ ରୌପ୍ୟ ଏବଂ ୧୭ ପଏଣ୍ଟ ସହ ଆମେରିକା ବ୍ରୋଞ୍ଜ ପଦକ  ଜିତିଛି । ଅନ୍ତିମ ରାଉଣ୍ଡରେ କେବଳ ବୈଶାଳୀ ବାଜି ଡ୍ର’ ରଖିଥିବାବେଳେ  ହାରିକା, ବନ୍ତିକା ଓ ଦିବ୍ୟା ବିଜୟୀ ହୋଇଥିଲେ ।  

ପୁରୁଷ ବର୍ଗରେ ଭାରତୀୟ ଦଳ ମରକ୍କୋକୁ ପରାଜିତ କରି  ଅଭିଯାନ ଆରମ୍ଭ କରିଥିଲା । ପରେ ଆଇସଲାଣ୍ଡ, ହଙ୍ଗେରୀ-ବି, ସର୍ବିଆ, ଆଜରବାଇଜାନ, ହଙ୍ଗେରୀ, ଚୀନ ଓ ଇରାନକୁ ପରାଜିତ କରିଥିଲା ।  ସେହିପରି ମହିଳା ଦଳ ପ୍ରଥମ ରାଉଣ୍ଡରେ ଜାମାଇକାକୁ ହରାଇଥିଲା। ପରେ ଚେକ୍‌ ଗଣରାଜ୍ୟ, ସ୍ୱିଜରଲାଣ୍ଡ, ଫ୍ରାନ୍ସ, କାଜାଖସ୍ତାନ, ଆର୍ମେନିଆ  ଓ ଜର୍ଜିଆକୁ ହରାଇଥିଲା । ପୂର୍ବରୁ ୨୦୧୪ ଏବଂ ୨୦୨୨ରେ ପୁରୁଷ ଦଳ  ବ୍ରୋଞ୍ଜ ଜିତିଥିଲା । ସେମିତି ମହିଳା ଦଳ ୨୦୨୨ରେ ବ୍ରୋଞ୍ଜ ପଦକ ହାସଲ  କରିଥିଲା । 

୨୦୨୦ ଓ ୨୦୨୧ ଅଲିମ୍ପିଆଡ୍‌ କୋଭିଡ୍‌ ଯୋଗୁ ଭର୍ଚୁଆଲରେ  ଆୟୋଜନ କରାଯାଇଥିଲା । ପୁରୁଷରେ ଭାରତ ଓ ରୁଷିଆ ମିଳିତ ଭାବେ  ପ୍ରଥମ ସ୍ଥାନ ହାସଲ କରିଥିଲେ । କିନ୍ତୁ ଏହି ଦୁଇ ପ୍ରତିଯୋଗିତାକୁ କୌଣସି  ସଂସ୍କରଣର ମାନ୍ୟତା ଦିଆଯାଇନଥିଲା । ୨୦୧୮ରେ ୪୩ତମ ଏବଂ  ୨୦୨୨ରେ ଚେନ୍ନାଇରେ ୪୪ତମ ସଂସ୍କରଣ ଆୟୋଜନ କରାଯାଇଥିଲା ।  ଚେନ୍ନାଇରେ ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ଜିତିଥିଲେ । 

ପୁରୁଷ ଓ ମହିଳା ଦଳର ଐତିହାସିକ ସଫଳତା ପରେ ୬ ଥର  ବିଶ୍ୱ ବିଜେତା ଜିଏମ୍‌ ବିଶ୍ୱନାଥନ ଆନନ୍ଦ ଉଭୟ ଦଳର ଖେଳାଳିଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । ଚେସ୍‌ ଅଲିମ୍ପିଆଡ୍‌ ଗତ ୧୧ରୁ ଆରମ୍ଭ ହୋଇ ଆଜି  ଉଦ୍‌ଯାପିତ ହୋଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.