ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁବ୍‌ଶୀଘ୍ର ଦେଶରେ ଆରମ୍ଭ ହେବ ସାଟେଲାଇଟ୍‌ଭିତ୍ତିକ ଟୋଲ୍‌ ସଂଗ୍ରହ, ପ୍ରଥମେ ବାଣିଜ୍ୟିକ ଯାନଗୁଡ଼ିକରେ ଲାଗୁ ହେବ

ନୂଆଦିଲ୍ଲୀ,୦୮/୦୬: ଖୁବ୍‌ଶୀଘ୍ର ସରକାର ଦେଶରେ ସାଟେଲାଇଟ୍‌ଭିତ୍ତିକ ଟୋଲ୍‌ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିବେ । ପ୍ରଥମେ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ପରେ ଘରୋଇ କାର, ଜିପ୍‌ ଏବଂ ଭ୍ୟାନ୍‌ଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ । ଦୁଇ ବର୍ଷ ମଧ୍ୟରେ ଦେଶବ୍ୟାପୀ ଟୋଲ୍‌ ସଂଗ୍ରହ ପାଇଁ ଗ୍ଲୋବାଲ ନାଭିଗେଶନ୍‌ ସାଟେଲାଇଟ୍‌ ସିଷ୍ଟମ୍‌(ଜିଏନ୍‌ଏସ୍‌ଏସ୍‌)କୁ ଲାଗୁ କରାଯିବ । ଟୋଲିଂ ଅପରେଶନ୍‌ର ଦକ୍ଷତା ବୃଦ୍ଧି ପାଇଁ ଏ  ଯୋଜନା କରାଯାଇଛି । 

ୟୁଜର ଯେତେ ଦୂରତ୍ୱ ଯାତ୍ରା କରିଛନ୍ତି  ସେତିକି ହିଁ ଟୋଲ୍‌ ଦେବେ, ତାହା ନିଶ୍ଚିତ କରିବା ପାଇଁ ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ପ୍ରକାଶଯୋଗ୍ୟ, ଗ୍ଲୋବାଲ  ନାଭିଗେଶନ୍‌ ସାଟେଲାଇଟ୍‌ ସିଷ୍ଟମ୍‌ଭିତ୍ତିକ ଟୋଲିଂ ହେଉଛି  ଇଲେକ୍ଟ୍ରୋନିକ୍ସ ଟୋଲ୍‌ ସଂଗ୍ରହର ଏକ ସମସ୍ୟାବିହିନ୍ନ ପଦ୍ଧତି । ଏହା ଅଧୀନରେ ସଡ଼କ ୟୁଜର ରାଜପଥର ଯେତିକି ଦୂର  ଯାତ୍ରା କରିଥିବେ, ସେତିକିର ହିଁ ଶୁଳ୍କ ପ୍ରଦାନ କରିବେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.