ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୫ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଶ୍ୱ ହୋଟେଲ୍ ଶିଳ୍ପରେ ୮୦ ବିଲିୟନ ଡଲାରର ହୋଟେଲ ଆସେଟ୍‌ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ବଂଶୋଦ୍ଭବ ମାଲିକ

ନୂଆଦିଲ୍ଲୀ, ୨୫।୫: ବିଶ୍ୱ ହୋଟେଲ ଶିଳ୍ପରେ ବଢ଼ୁଛି ଭାରତୀୟଙ୍କ ଦବ୍‌ଦବା । ଏ କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭବ ମାଲିକ ମାନେ ୮୦ ବିଲିୟନ ଡଲାରର ହୋଟେଲ ଆସେଟ୍‌ ନିୟନ୍ତ୍ରଣ କରୁଛନ୍ତି । ଆମେରିକା ଗ୍ରୀନ କାର୍ଡଧାରୀ ଭାରତୀୟ ମୂଳ ବାସିନ୍ଦା ହୋଟେଲ ବ୍ୟବସାୟ ପ୍ରତି ବେଶି ଆକୃଷ୍ଟ ହେଉଛନ୍ତି । ଗତ ବର୍ଷ ୟୁରୋପର ସବୁଠାରୁ ବଡ ହୋଟେଲ ଚେନ୍‌ ଆକୋର ହିନ୍ଦୁଜା ଗ୍ରୁପ ଅଧିନ ବିଶ୍ୱର ସବୁଠୁ ମହଙ୍ଗା ହୋଟେଲ ଦ ଓ’ରେ ରାଫେଲ୍ସ ଲଣ୍ଡନ ଖୋଲିଥିଲା । ଗତ ମାସ ଭାରତ ଗସ୍ତରେ ଆସିଥିବା ଆକର୍‌ ଗ୍ରୁପ ଅଧ୍ୟକ୍ଷ ସେବାଷ୍ଟିଆନ ବଜିନ ଇଟିକୁ କହିଥିଲେ, ଏହି ସହଭାଗିତାକୁ ନେଇ ହିନ୍ଦୁଜା ଗ୍ରୁପ ନିକଟରେ ଆମେ କୃତଜ୍ଞ । 

କେବଳ ହିନ୍ଦୁଜା ଗ୍ରୁପ ନୁହେଁ ୟୁରୋପ, ୟୁଏଇ, ୟୁକେ ଭଳି ବଜାରରେ ଭାରତୀୟ ବଂଶୋଦ୍ଭବ ହୋଟେଲ ମାଲିକଙ୍କ ସଂଖ୍ୟା ଗତ କିଛି ବର୍ଷ ମଧ୍ୟରେ ଢ଼େର ବଢ଼ିଛି । ଗତ ଡିସେମ୍ବରରେ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ ନୂଆ ଲାଇଫ୍‌ଷ୍ଟାଇଲ ହୋଟେଲ ବ୍ରାଣ୍ଡ୍‌ ମିରୋ ଶୁଭାରମ୍ଭ କରିଥିଲା । ଏହା ଜରିଆରେ ୟୁରୋପୀୟ ସହରଗୁଡିକରେ ବ୍ୟକ୍ତିଗତ ବର୍ଗରେ ଡିଜାଇନ ହୋଇଥିବା ହୋଟେଲ ଶୃଙ୍ଖଳା ଆଣିବାକୁ ଚାହୁଁଛି । ୨୦୨୪ ଗ୍ରୀଷ୍ଣରେ ପ୍ୟାରିସରେ ମିରୋ ହୋଟେଲ ଖୋଲିବାକୁ ଯୋଜନା ରହିଥିଲା । ୨୦୨୫ରେ ଲଣ୍ଡନ ଏବଂ ଭିଏନାରେ ଏହି ହୋଟେଲ ନିଜର ଉପସ୍ଥିତି ବଢ଼ାଇବ । ମାରିୟଟ ଇଣ୍ଟରନ୍ୟାଶନାଲ ୨୦୨୭ରେ ରାସ୍‌ ଅଲ୍‌ ଖୈମାହ ଏବଂ ମର୍‌ଜାନ ଦ୍ୱୀପରେ ଡବ୍ଲ୍ୟୁ ହୋଟେଲ ଲଞ୍ଚ କରିବ । ଏଥିଲାଗି ଭାରତୀୟ ନିବେଶକ ଡୋଲାଣ୍ଡସ ହୋଲ୍ଡିଂ ସହ ଏହା ସହଭାଗିତାରେ ସାମିଲ ହେବ । ଏହା ହୟାତ ରିଜେନ୍ସି ଡେରାଡୁନ ଏବଂ ଗୋଆରେ ୱିଣ୍ଡହମ୍‌ ରିସର୍ଟ ବିକଶିତ କରିଛି । 

ତମାରା ଲିଜର ଏକ୍ସପେରିଏନ୍ସର ସିଇଓ ଶ୍ରୁତି ଶିବୁଲାଲ ୨୦୨୨ରେ ଜର୍ମାନିରେ ମୋକ୍ସି ବ୍ରିମେନ ହୋଟେଲକୁ ଅଧିଗ୍ରହଣ କରିଥିଲେ । ଜର୍ମାନୀରେ ନିବେଶ ଜାରି ରଖିବେ ବୋଲି ସେ କହିଥିଲେ । ବଜାର ବିଶେଷଜ୍ଞ କହିଛନ୍ତି, ଭାରତୀୟ ବଂଶୋଦ୍ଭବ ମାଲିକଙ୍କ ବିଦେଶୀ ବଜାରରେ ସମ୍ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି । ହସ୍ପିଟାଲିଟି କନସଲଟାନ୍ସି ଫାର୍ମ ହୋଟେଲିଭେଟ୍ସର ସଂସ୍ଥାପକ, ମାନବ ଥଡାନି କହିଛନ୍ତି, ମଧ୍ୟ ପୂର୍ବ ଏବଂ ୟୁରୋପ ଭଳି ବଜାରରେ ଭାରତୀୟ ହୋଟେଲ ନିବେଶକଙ୍କ ନିବେଶ ନେଇ ଆଗ୍ରହ ବଢ଼ିଛି । ନିଓସିସ୍‌ କ୍ୟାପିଟାଲର ସିଇଓ ନନ୍ଦିବର୍ଦ୍ଧନ ଜୈନ କହିଛନ୍ତି, ଦୁବାଇ, ରସ୍‌ ଅଲ୍‌ ଖୈମାହା ଭଳି ବଜାର ଗୁଡିକରେ ନିବେଶକଙ୍କ ପାଇଁ ବେଶ ଭଲ ସୁଯୋଗ ରହିଛି । ଫଳରେ ଏ କ୍ଷେତ୍ରଗୁଡିକରେ ପର୍ଯ୍ୟଟନ ଭିତ୍ତିଭୂମି ବଢ଼ୁଛି । ଭାରତୀୟ ନିବେଶକ ମାନେ ଲଣ୍ଡନ, ସୁଇଜରଲ୍ୟାଣ୍ଡ ଏବଂ ଦୁବାଇ ଭଳି ସହରଗୁଡିକ ଉପରେ ନଜର ରଖିଛନ୍ତି । ରାଡିସନ ହୋଟେଲ ଗ୍ରୁପର ଏମ୍‌ଡି ନିଖିଲ ଶର୍ମା କହିଛନ୍ତି, ମଧ୍ୟପୂର୍ବ ଏବଂ ୟୁରୋପ ବଜାରରେ ଭାରତୀୟ ନିବେଶକଙ୍କ ପାଇଁ ବଡ ସୁଯୋଗ ରହିଛି ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.