ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଟ୍ରେନ୍‌ରେ ଶେଷ ହେବ ଓ୍ବେଟିଂ ସିଷ୍ଟମ, ରେଳମନ୍ତ୍ରୀ କହିଲେ, ଆଗାମୀ ୫ ବର୍ଷରେ ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ...

ନୂଆଦିଲ୍ଲୀ,୨୪।୪: ଭାରତୀୟ ଟ୍ରେନର ଜେନେରାଲ ଓ ସ୍ଲିପର କୋଚ୍‌ରେ ଯାତ୍ରୀଙ୍କ ଭିଡ ଅଧିକ ହେବା ଏକ ସାଧାରଣ କଥା, କିନ୍ତୁ ଏବେ ଏସି କୋଚ୍‌ରେ ମଧ୍ୟ ଲୋକଙ୍କ ଠେଲାପେଲା ବଢିଯାଇଛି। ସୋସିଆଲ ମିଡିଆରେ ପ୍ରତିଦିନ ଏଭଳି ବହୁ ଫଟୋ ଏବଂ ଭିଡିଓ ସାମନାକୁ ଆସୁଛି, ଯାହାଫଳରେ ଲୋକମାନେ ଏସି କମ୍ପାଟମେଣ୍ଟ‌ରେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏହା ଭିତରେ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭ କହିଛନ୍ତି, ଆଗାମୀ ୫ ବର୍ଷରେ ପ୍ରାୟ ସବୁ ରେଳ ଯାତ୍ରୀଙ୍କୁ କନଫର୍ମ ଟିକେଟ ମିଳିପାରେ। ଅଶ୍ବିନୀ ବୈଷ୍ଣଭଙ୍କ ଏହି କଥା ଉପରେ ଯଦି ଭରସା କରାଯାଏ, ତେବେ ଆଗାମୀ ୫ ବର୍ଷରେ ଓ୍ବେଟିଂ ସମସ୍ୟାରୁ ମୁକ୍ତି ମିଳିପାରିବ।

ଅଶ୍ବିନୀ ବୈଷ୍ଣଭଙ୍କ କହିବା ଅନୁସାରେ, ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଲଓ୍ବେରେ ଅଦ୍ଭୁତପୂର୍ବ ପରିବର୍ତ୍ତନ କରିଛନ୍ତି।  ଆଗାମୀ ୫ ବର୍ଷରେ, ପ୍ରଧାନମନ୍ତ୍ରୀ ମୋଦି ଗ୍ୟାରେଣ୍ଟି ଦେଉଛନ୍ତି ଯେ, ରେଲଓ୍ବେ କ୍ଷମତା ଏତେ ବଢାଇ ଦିଆଯିବ ଯେ, ଯାତ୍ରା କରୁଥିବା କୌଣସି ଯାତ୍ରୀକୁ ସଂହଜରେ କନଫର୍ମ ଟିକେଟ ମିଳିପାରିବ।ସେ କହିଛନ୍ତି ଆଗାମୀ ୫ ବର୍ଷରେ ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରେଲଓ୍ବେକୁ ଆହୁରି ମଜବୁତ କରାଯିବ। ବିଶେଷ ଭାବରେ ଯାତ୍ରୀଙ୍କ ପାଇଁ ସୁବିଧା ବଢାଇ ଦିଆଯିବ।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.