ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

IPL 2024: ରୟାଲ୍‌ ଚ୍ୟାଲେଞ୍ଜର୍ସ-ନାଇଟ ରାଇଡର୍ସ ମୁକାବିଲା, ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍

ବେଙ୍ଗାଲୁରୁ,୨୯/୦୩: ଚଳିତ ଆଇପିଏଲ୍‌ର ଦଶମ ଲିଗ୍‌ ମୁକାବିଲାରେ ଶୁକ୍ରବାର ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ  ହାଇଦ୍ରାବାଦକୁ ହରାଇଥିବା ନାଇଟ୍‌ ରାଇଡର୍ସ ବିଜୟଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ  ମଧ୍ୟ ଘରୋଇ ସମର୍ଥକଙ୍କ ମନ ଜିଣିବାକୁ ପ୍ରସ୍ତୁତ ।  ଏହି ମ୍ୟାଚ୍‌କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି ।  ବିଶେଷ କରି ବିରାଟ କୋହଲି ଓ ଗୌତମ ଗମ୍ଭୀର ଏହି ମ୍ୟାଚ୍‌ ଜରିଆରେ ପୁଣି ଥରେ ସାମ୍ନା ସାମ୍ନି ହେଉଥିବାରୁ ଦର୍ଶକ ଉଭୟଙ୍କ ଟକ୍କର ଦେଖିବାକୁ ଅପେକ୍ଷା କରିଛନ୍ତି । ଗମ୍ଭୀର ଅବସର ନେଇ ସାରିଥିଲେ ହେଁ ବର୍ତ୍ତମାନ ନାଇଟ୍‌ ରାଇଡର୍ସ ଦଳର ମେଣ୍ଟର ନିଯୁକ୍ତ ଅଛନ୍ତି । 

ଏହି ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ସମ୍ପ୍ରତି ଚମତ୍କାର ପ୍ରଦର୍ଶନ କରୁଛନ୍ତି । ପୂର୍ବ ରେକର୍ଡକୁ ଗଣନା କଲେ ନାଇଟ୍‌ ରାଇଡର୍ସର ପଲା ଭାରି ରହିବ । ଗତ ବର୍ଷ ନାଇଟ୍‌ ରାଇଡର୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ଗତ ୧୬ଟି ସଂସ୍କରଣ ମଧ୍ୟରେ ଉଭୟ ଦଳ  ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ନାଇଟ୍‌ ରାଇଡର୍ସ  ୧୮ଟି ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ୍‌ ଜିତିଛନ୍ତି । 

ପୂର୍ବ ବର୍ଷ ତୁଳନାରେ ଏଥର ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଶ୍‌ ସନ୍ତୁଳିତ ମନେ ହେଉଛି । ଫାଫ ଡୁ ପ୍ଲେସି ଓ  ବିରାଟ କୋହଲିଙ୍କ ଉପରେ ଦଳ ନିର୍ଭର କରୁନାହିଁ ।  କାରଣ ମଧ୍ୟ କ୍ରମରେ କାମେରନ ଗ୍ରୀନ୍‌ ଓ ଦିନେଶ  କାର୍ତ୍ତିକଙ୍କ ଭଳି ଖେଳାଳି ରହିଛନ୍ତି । ଏମାନେ ଏକୁଟିଆ ମ୍ୟାଚ୍‌ ଜିତାଇବାର କ୍ଷମତା ରଖିଛନ୍ତି । ପ୍ରଥମ ୨ଟି  ଯାକ ମ୍ୟାଚ୍‌ରେ ଅନୁଜ ରାୱତ ଓ ମହିପାଲ୍‌  ଲୋମରର ଚମତ୍କାର ପ୍ରଦର୍ଶନ କରିଛନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଲୋମରରଙ୍କ ଦ୍ରୁତ ଇନିଂସ  ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବିଜୟ ହାସଲ କରିଥିଲା ।  

ବୋଲିଂ ବିଭାଗ ମଧ୍ୟ ସୁଦୃଢ଼ । ମହମ୍ମଦ ସିରାଜ  ଓ ଅଲ୍‌ଜାରୀ ଜୋଶେଫ ପେସ୍‌ ବୋଲିଂ ବିଭାଗ  ସମ୍ଭାଳୁଛନ୍ତି । ସ୍ପିନ ବିଭାଗ ସାମାନ୍ୟ ଦୁର୍ବଳ ମନେ  ହେଉଥିଲେ ହେଁ ଦଳ ନିକଟରେ ଯଥେଷ୍ଟ ବିକଳ୍ପ ରହିଛି । ନାଇଟ୍‌ ରାଇଡର୍ସ ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସକୁ  ହରାଇଥିଲା । ଏହି ମ୍ୟାଚ୍‌ରେ ଆନ୍ଦ୍ରେ ରସେଲଙ୍କ  ଅଲ୍‌ରାଉଣ୍ଡ ପ୍ରଦର୍ଶନ ପ୍ରମୁଖ ଭୂମିକା ଗ୍ରହଣ  କରିଥିଲା । ମାତ୍ର ଶ୍ରେୟାସ ଆୟର ଫିଟ୍‌ ହୋଇ  ଫେରିବା ଦଳ ପାଇଁ ବେଶ୍‌ ଶୁଭଙ୍କର ସାବ୍ୟସ୍ତ ହେବ ।  

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌  ଅନୁକୂଳ । ଛୋଟ ବାଉଣ୍ଡାରୀ ସାଙ୍ଗକୁ ଦ୍ରୁତ ଆଉଟ୍‌ ଫିଲ୍ଡରେ  ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ ।  ଫ୍ଲଡ୍‌ ଲାଇଟ୍‌ ତଳେ ବ୍ୟାଟିଂ ସହଜ ହୋଇଯିବ । ଫଳରେ  ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ ।  

ସମ୍ଭାବ୍ୟ ଦଳ

ରୟାଲ୍‌ ଚ୍ୟାଲେଞ୍ଜର୍ସ ଏକାଦଶ: ଫାଫ  ଡୁ ପ୍ଲେସି(ଅଧିନାୟକ),  ବିରାଟ କୋହଲି, ରଜତ  ପାତିଦାର, ଗ୍ଲେନ୍‌  ମ୍ୟାକ୍ସୱେଲ୍‌, କାମେରନ ଗ୍ରୀନ, ଅନୁଜ ରାୱତ,  ଦିନେଶ କାର୍ତ୍ତିକ, ଅଲଜାରୀ  ଜୋଶେଫ, ମୟଙ୍କ ଡଗର, ଆକାଶଦୀପ, ମହମ୍ମଦ ସିରାଜ ।  

ନାଇଟ୍‌ ରାଇଡର୍ସ ଏକାଦଶ: ଭେଙ୍କଟେଶ  ଆୟର, ଫିଲ ସଲ୍ଟ, ଶ୍ରେୟାସ ଆୟର(ଅଧିନାୟକ), ନିତିଶ  ରାଣା, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ସୁନିଲ  ନରାଏନ, ମିଚେଲ ଷ୍ଟାର୍କ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ ।

  • prameyanews
  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.