ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ୱର ଏମ୍‌ସ୍‌ରେ ଆଇପିଏସ୍ ଆଶିଷ ସିଂହ, ୬ ଜଣିଆ ଟିମ୍ କରିବେ ସ୍ୱାସ୍ଥ୍ୟ ଯାଞ୍ଚ

ଭୁବନେଶ୍ବର ୩୦/୦୫ : ଭୁବନେଶ୍ୱର ସ୍ଥିତ ଏମ୍‌ସ୍‌ରେ ଆଇପିଏସ୍ ଆଶିଷ ସିଂହ । ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି ଆଇପିଏସ୍ ଆଶିଷ ସିଂହ । ଏମ୍‌ସର ୬ ଜଣିଆ ଡାକ୍ତରୀ ଟିମ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଇସିଆଇ ନିର୍ଦ୍ଦେଶ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ମେଡିକାଲ ବୋର୍ଡ । 

ସୂଚନାଯୋଗ୍ୟ ଯେ,  ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ କୁମାର ସିଂ ଗତ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ଥିଲେ । ସେ ନିର୍ବାଚନୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସୁଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ । ୩୦ ତାରିଖ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଏହାର ରିପୋର୍ଟ ୩୧ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହିକ୍ରମରେ ଗୁରୁବାର ଦିନ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍‌ସ୍‌ରେ ପହଞ୍ଚିଛନ୍ତି ଆଇପିଏସ୍ ଆଶିଷ ସିଂହ । ଏମ୍‌ସ୍‌ର ୬ ଜଣିଆ ଡାକ୍ତର ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.