ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଶିରେ ମଙ୍ଗଳ ଦୋଷ ରହିଛି କି ? ଏପରି ପୂଜା କରନ୍ତୁ ନିମ୍ବ ଗଛ

ଭୁବନେଶ୍ୱର ୧୫/୦୪: ନିମ୍ବ ବୃକ୍ଷରେ ମଙ୍ଗଳ ଗ୍ରହଙ୍କ ସ୍ଥିତି ରହିଛି । ଏଥିପାଇଁ ଏହି ବୃକ୍ଷକୁ ମଙ୍ଗଳ ଦେବ ବୋଲି ବିଶ୍ୱାସ କରାଯାଏ । ଯଦି ଆପଣଙ୍କ ରାଶିରେ ମଙ୍ଗଳ ଗ୍ରହ ଖରାପ ସ୍ଥିତିରେ ରହିଥାନ୍ତି ଅର୍ଥାତ୍‌ ମଙ୍ଗଳ ଦୋଷ ଲାଗିଥାଏ, ତେବେ ଘର ଦ୍ୱାରମୁହଁର ଦକ୍ଷିଣ ଦିଗରେ ନିମ୍ବ ବୃକ୍ଷ ଲଗାନ୍ତୁ । ଏହାଦ୍ୱାରା ମଙ୍ଗଳ ଦେବଙ୍କ ଶୁଭଦୃଷ୍ଟି ପଡ଼ିବ । ନିମ୍ବ ବୃକ୍ଷକୁ ମଙ୍ଗଳ ଦେବ ମାନି ପୂଜା କରନ୍ତୁ । ମଙ୍ଗଳବାର ଦିନ ଏହି ବୃକ୍ଷରେ ସନ୍ଧ୍ୟାରେ ଜଳ ଅର୍ପଣ କରନ୍ତୁ ଓ ବୃକ୍ଷ ମୂଳରେ ଚମେଲି ତେଲର ଦୀପ ଜଳାନ୍ତୁ । ଅତିକମ୍‌ରେ ୧୧ ମଙ୍ଗଳବାର ଏପରି କରନ୍ତୁ । ଏହାଦ୍ୱାରା ମଙ୍ଗଳଦେବ ଓ ହନୁମାନଙ୍କ କୃପା ପ୍ରାପ୍ତ ହେବ । 

ଘର ପାଶ୍ୱର୍ରେ ନିମ୍ବ ବୃକ୍ଷ ଲଗାଇ ଜଳ ଅର୍ପଣ କଲେ ମଙ୍ଗଳ ଗ୍ରହ ଦୋଷ ଦୂର ହୋଇଥାଏ । ନିମ୍ବ କାଠ ବ୍ୟବହାର କରି ଯଦି ଯଜ୍ଞ କରାଯାଏ ତେବେ ତେବେ ଶନିଙ୍କ କ୍ରୋଧରୁ ରକ୍ଷା ମିଳେ । ଶନି ସନ୍ତୁଷ୍ଟ ହେବା ସହିତ ଯଜମାନ ଉପରେ ଆଶୀର୍ବାଦ ବର୍ଷଣ କରିଥାନ୍ତି । ନିମ୍ବ ଯେହେତୁ ମଙ୍ଗଳଙ୍କ ସହିତ ସମ୍ବନ୍ଧିତ ଏହି ବୃକ୍ଷ ସର୍ବଦା ଘରର ଦକ୍ଷିଣ ପାଶ୍ୱର୍ରେ ଲଗାଇବା ଉଚିତ । ପ୍ରତି ରବିବାର ସୂର୍ଯ୍ୟୋଦୟ ସମୟରେ ନିମ୍ବ ବୃକ୍ଷ ମୂଳରେ ଜଳ ଅର୍ପଣ କଲେ ସୁଫଳ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.