ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଓଘରରେ ରାହୁଲ ଗାନ୍ଧୀଙ୍କୁ ବିରୋଧ, ମନ୍ଦିରରୁ ବାହାରିବା ବେଳେ ବିକ୍ଷୋଭକାରୀ ଦେଲେ​‌ ଜୟ ଶ୍ରୀରାମ ନାରା

ନୂଆଦିଲ୍ଲୀ,୩।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ଓ୍ବାଇନାଡରୁ ସାଂସଦ ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ଝାଡଖଣ୍ଡରେ ପ୍ରବେଶ କରିସାରିଛନ୍ତି। ରାହୁଲ ଗାନ୍ଧି ଶନିବାର ଦେଓଘର ପହଁଞ୍ଚିଛନ୍ତି। ସେ ବାବା ବୈଦନାଥ ଧାମରେ ଯାଇ ପୂଜାର୍ଚ୍ଚନା ଓ ରୁଦ୍ରାଭିଷେକ ମଧ୍ୟ କରିଥିଲେ। ତେବେ ମନ୍ଦିର ପରିସରରୁ ବାହାରିବା ମାତ୍ରେ ହଙ୍ଗାମା ହୋଇଥିଲା। ସେତେବେଳେ କିଛି ଲୋକ ତାଙ୍କ ଆଗରେ ଜୟଶ୍ରୀରାମ ଓ ମୋଦି ମୋଦି ନାରା ଲଗାଇଥିଲେ।

ମଣିପୁରରୁ ମୁମ୍ବାଇ ଯାତ୍ରାରେ ବାହାରିଥିବା ରାହୁଲ ଗାନ୍ଧି ୨୧ ତମ ଦିନ ଝାଡଖଣ୍ଡରେ ପହଁଞ୍ଚିଛନ୍ତି। ପଶ୍ଚିମବଙ୍ଗର ରାସ୍ତା ଦେଇ ଝାଡଖଣ୍ଡରେ ଦାଖଲ ହେବା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍‌ ଯାତ୍ରାର ସ୍ବାଗତ କରିଥିଲେ। ଝାଡଖଣ୍ଡରେ ଯାତ୍ରାର ୮ ଦିନରେ ୧୩ ଜିଲ୍ଲା ଦେ ଆଗକୁ ବଢିଛନ୍ତି। ରାହୁଲ ଗାନ୍ଧି ଦେଓଘରରେ ବାବା ବୈଦନାଥ ଧାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଗୋଲାପୀ ରଙ୍ଗର ଧୋତି ଓ ମଥାରେ ତ୍ରିପୁଣ୍ଡ ଲଗାଇ କଂଗ୍ରେସ ନେତା ଶିବଭକ୍ତିରେ ଲୀନ ହୋଇଥିଲେ। ସେ ରୁଦ୍ରାଭିଷେକ କରିଥିଲେ।

କଂଗ୍ରେସ ପାର୍ଟି ଅଫିସିଆଲ ଏକ୍ସ ହାଣ୍ଡେଲରେ ଫଟୋ ସେୟାର କରି ଲେଖିଛି, ଆଜି ରାହୁଲ ଗାନ୍ଧି ଝାଡଖଣ୍ଡର ବିଶ୍ବ ପ୍ରସିଦ୍ଧ ବାବା ବୈଦନାଥ ଧାମ ମନ୍ଦିରରେ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ଗୋଲାପୀ ରଙ୍ଗର ଧୋତି ଓ ମଥାରେ ତ୍ରିପୁଣ୍ଡ ଲଗାଇ କଂଗ୍ରେସ ନେତା ଶିବଶକ୍ତିରେ ଲୀନ ଥିବାର ଦେଖାଯାଇଥିଲେ। ସେ ରୁଦ୍ରାଭିଷେକ କରିଥିଲେ। କଂଗ୍ରେସ ପାର୍ଟିର ଅଧିକାରୀ ଏକ୍ସ ହାଣ୍ଡେଲରେ ଫଟୋ ସେୟାର କରି ଲେଖିଛନ୍ତି ଆଜି ରାହୁଲ ଗାନ୍ଧି ଝାଡଖଣ୍ଡର ବିଶ୍ବ ପ୍ରସିଦ୍ଧ ବାବା ବୈଦନାଥ ଧାମରେ ରୁଦ୍ରାଭିଷେକ କରି ଦେଶର ସୁଖ-ଶାନ୍ତି ଓ ସମୃଦ୍ଧିର ପ୍ରାର୍ଥନା କରିଛନ୍ତି।’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.