ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗର୍ଭାଶୟ କର୍କଟ ସହ ଲଢୁଛନ୍ତି ‘ଝନକ’ ଫେମ୍‌ ଡଲି, ପୁନମଙ୍କ ମିଛ ମୃତ୍ୟୁ ଖବରକୁ ନେଇ ଭଡକିଲେ ଅଭିନେତ୍ରୀ

ମୁମ୍ବାଇ ୦୪/୦୨: ଅଭିନେତ୍ରୀ ଡଲି ସୋହି ଶୋ’ ‘ଝନକ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ। ବର୍ତ୍ତମାନ ଡଲି ଏହି ଶୋ’କୁ ଛାଡିଛନ୍ତି। କାରଣ ସେ ଗର୍ଭାଶୟ କର୍କଟ ସହିତ ଲଢୁଛନ୍ତି। ଯେଉଁଥିପାଇଁ ସେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ତାଙ୍କର କେମୋଥେରାପି ସେସନ୍‌ ଚାଲିଛି।

ଏକ ଇଣ୍ଟରଭ୍ୟୁରେ ଡଲି ତାଙ୍କ ଅବସ୍ଥା ବିଷୟରେ ବର୍ଣ୍ଣନା କରି କହିଛନ୍ତି, ରେଡିଏସନ୍‌ ଯୋଗୁଁ ସେ ଦୁର୍ବଳ ଅନୁଭବ କରୁଛନ୍ତି ଏବଂ ଏହି କାରଣରୁ ସେ କାମ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ସୁସ୍ଥ ହେଲାପରେ କାମକୁ ଫେରିବେ ବୋଲି କହିଛନ୍ତି।




ଏହା ବ୍ୟତୀତ ଡଲି ପୁନମ ପାଣ୍ଡେଙ୍କ ମିଛ ମୃତ୍ୟୁ ଖବରକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।ସେ ପୁନମଙ୍କ ଉପରେ କ୍ରୋଧ ପ୍ରକାଶ କରି କହିଛନ୍ତି- “ମୁଁ ଏହି ସମୟରେ ବହୁତ ଇମୋସନାଲ୍‌। ପୁନମ ପାଣ୍ଡେଙ୍କ ପରି ଲୋକଙ୍କ ପାଇଁ ମୁଁ ଯେକୌଣସି ସମୟରେ କାନ୍ଦିପାରେ, ଯେଉଁମାନେ ଗର୍ଭାଶୟ କର୍କଟକୁ ପରିହାସ କରିଛନ୍ତି। ପବ୍ଲିସିଟି ପାଇଁ ଏହା ଏକ ଭଲ ଉପାୟ ନୁହେଁ। ଯେଉଁମାନେ ଏହା ସହ ଲଢୁଛନ୍ତି ସେମାନେ ଏହି ଯନ୍ତ୍ରଣାକୁ ଭୋଗୁଛନ୍ତି। ଏହାକୁ ହଜମ କରିବା କଷ୍ଟକର। ଯେତେବେଳେ ମୁଁ ପୁନମଙ୍କ ମୃତ୍ୟୁ ଖବର ଶୁଣିଲି ଡରିଯାଇଥିଲି। “

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.