ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ହଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ଜନ ଲ୍ୟାଣ୍ଡୋଙ୍କ ପରଲୋକ

ମୁମ୍ବାଇ,୭/୭:ମନୋରଞ୍ଜନ ଜଗତକୁ ଝଟକା । ଆଉ ନାହାନ୍ତି ହଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ଜନ ଲ୍ୟାଣ୍ଡୋ । ୬୩ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।ତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁଅ ଜାମି ଲ୍ୟାଣ୍ଡୋ ସୂଚନା ଦେଇଛନ୍ତି । ସେ ଲୋକପ୍ରିୟ ବ୍ଲକବ୍ଲଷ୍ଟର ହଲିଉଡ ଫିଲ୍ମ ଟାଇଟାନିକ ଏବଂ ଅବତାର ପରି ଓସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାଣ କରି ବେଶ ପ୍ରସିଦ୍ଧ ହୋଇଥିଲେ । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତାଙ୍କ ଆକସ୍ମିକ ମୃତ୍ୟୁରେ ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଟାଇଟାନିକ୍ ଏବଂ ଅବତାର ଫିଲ୍ମର ଟିମ ନିର୍ମାତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଜନ ଲ୍ୟାଣ୍ଡୋ ୧୯୮୦ରେ ପ୍ରଡକ୍ସନ୍ ମ୍ୟାନେଜର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର କଠିନ ପରିଶ୍ରମ ସହ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢିଥିଲେ । ପରେ ସେ ଟାଇଟାନିକ୍ ଉପରେ ନିର୍ଦ୍ଦେଶକ ଜେମ୍ସ କ୍ୟାମେରନଙ୍କ ହାଇ ବଜେଟ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଜେମ୍ସ କ୍ୟାମେରନ୍ ଏବଂ ଜନ୍ ଲ୍ୟାଣ୍ଡଙ୍କ ଚଳଚ୍ଚିତ୍ର ମୋଟ ୧୧ଟି ଓସ୍କାର ପୁରସ୍କାର ଲାଭ କରିଥିଲା  । ଏହି ଯୋଡି ଏପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ଶ୍ରେଷ୍ଠ ୪ଟି ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରୁ ତିନୋଟି ନିର୍ମାଣ ମଧ୍ୟ କରିଛନ୍ତି । ଟାଇଟାନିକ୍ ବ୍ୟତୀତ ୨୦୦୯ ଚଳଚ୍ଚିତ୍ର ଅବତାର ଏହି ତାଲିକାରେ ଏକ ନମ୍ବରରେ ଥିବାବେଳେ ୨୦୨୨ ସିକ୍ୱେଲ୍ ଅବତାର: ଦ ୱେ ଅଫ୍ ୱାଟର୍ ତୃତୀୟ ସ୍ଥାନରେ ରହିଛି । ସାରା ବିଶ୍ୱରେ ୧୦୦ ମିଲିୟନ୍ ଡଲାରରୁ ଅଧିକ ଆୟ କରିଥିବା ଟାଇଟାନିକ୍ ହେଉଛି ପ୍ରଥମ ଚଳଚ୍ଚିତ୍ର।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.