ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବନ୍ଧୁ ଘରୁ ପୁଅ ନିଖୋଜ, ପୁଅ ଅପହରଣ ହୋଇଥିବା ଅଭିଯୋଗ କଲେ ବାପା, ମା’

ଭଦ୍ରକ, ୧୬।୨: ବନ୍ଧୁମାନେ ଘରକୁ ବୁଲିବା ପାଇଁ ଆସିଥିଲେ । ବାପା ଓ ମା’ କାମକୁ ଯାଇଥିବା ବେଳେ ନାବାଳକ ପୁଅକୁ ଘରକୁ ନେଇଯାଇଥିଲେ । ଏବେ ବନ୍ଧୁ କହିଛନ୍ତି ପୁଅ କୁଆଡ଼େ ପଳାଇଯାଇଛି । ମା’ ଓ ବାପା ଏବେ ପୁଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନ କଣ୍ଟାପାଳ ଗାଁରୁ । 

ଅଭିଯୋଗ ଅନୁଯାୟୀ, ଟାଉନ ଥାନାରେ କଣ୍ଟାପାଳ ଗାଁର ରବି ମୁଣ୍ଡାଙ୍କ ନାବାଳକ ପୁଅ ଏବେ ନିଖୋଜ ଅଛନ୍ତି । ତେବେ ରବିଙ୍କ ବନ୍ଧୁ ତାଙ୍କ ସ୍ତ୍ରୀ ଓ ଅନ୍ୟ କେତେକଙ୍କ ସହ ତାଙ୍କ ଘରକୁ ଆସିଥିଲେ । ତେବେ ନାବାଳକଙ୍କ ବାପା ଓ ମା’ କାମ କରିବା ପାଇଁ ଯାଇଥିବା ବେଳେ ବନ୍ଧୁମାନେ ପୁଅକୁ ସାଙ୍ଗରେ ନେଇ ପଳାଇଥିଲେ । ବାପା ଓ ମା’ ଫେରି ପୁଅକୁ ନ ପାଇ ଗାଁ ଲୋକଙ୍କୁ ପଚାରିବାରୁ ସେମାନେ ପୁଅକୁ ସାଙ୍ଗରେ ନେଇ ଯାଇଥିବା କହିଥିଲେ । ବନ୍ଧୁଙ୍କୁ ଫୋନ ଯୋଗେ ପଚାରିବାରୁ ସେମାନେ ପୁଅକୁ ବୁଲାଇ ଛାଡ଼ିଦେବେ ବୋଲି କହିଥିଲେ । କିନ୍ତୁ, ପରେ ପୁଅ ନିଖୋଜ ହୋଇଯାଇଥିବା ୨ ଦିନ ପରେ ଣାଇଥିଲେ । ତେଣୁ ନାବାଳକଙ୍କ ଘର ଲୋକେ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.