ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ସୁଗନ୍ଧିତ କଳାଜିରା ଚାଉଳ, ପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ପାଇଁ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି

ପୁରୀ, ୦୨/୦୨ : ଶ୍ରୀକ୍ଷେତ୍ରରେ ପହଞ୍ଚିଲା ସୁଗନ୍ଧିତ କଳାଜିରା ଚାଉଳ। ସାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏକ କ୍ଵିଣ୍ଟାଲ କଳାଜିରା ଚାଉଳ ଆସି ପୁରୀରେ ପହଞ୍ଚିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଦାନ ପ୍ରକୋଷ୍ଠରେ ଏହାକୁ ଦାନ କରାଯାଇଛି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ଏହି ଚାଉଳ ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇଛି। ସୁଆର ମହାସୁଆର ନିଯୋଗ ସହ ଏନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି।

କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ଜିଆଇ ଟ୍ୟାଗ ମିଳିଛି। ଏହି କଳାଜିରା ଧାନରୁ ପ୍ରସ୍ତୁତ ଚାଉଳରୁ ପ୍ରସାଦ ପ୍ରସ୍ତୁତ ପାଇଁ ସାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ପଠାଯାଇଛି । ଜୈବିକ ପଦ୍ଧତିରେ କଳାଜିରା ଚାଉଳ ଉତ୍ପାଦିତ ହେଉଥିବା ବେଳେ ଏଥିରେ ଅନେକ ଔଷଧୀୟ ଗୁଣମାନ ରହିଛି । ଏଥିପାଇଁ କୋରାପୁଟର ୧୨ ଜଣ ଆଦିବାସୀ ଚାଷୀ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିବା ପାଇଁ ଚାଉଳ ଧରି ପହଞ୍ଚିଛନ୍ତି । ପ୍ରଗତି ଏବଂ ଜୈବିକ ଶ୍ରୀ କମ୍ପାନୀ ପ୍ରୟାସରେ ଶ୍ରୀମନ୍ଦିରକୁ କଳାଜିରା ଚାଉଳ ପଠାଯାଇଛି। ଆସନ୍ତା ଦିନରେ ରାଜ୍ୟ ବାହାର ତିରୁପତି ବାଲାଜୀ ମନ୍ଦିର ସହ ସୀମାଞ୍ଚଳ ମନ୍ଦିରକୁ ମଧ୍ୟ ପଠାଯିବା ନେଇ ଆଲୋଚନା ହୋଇଥିବା ପ୍ରଗତି ସମ୍ପାଦକ ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.