ନୂଆଦିଲ୍ଲୀ : ବେକାବୁ ସ୍ଥିତି ଭିତରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ଢାକାରେ ଖୁବ୍ ବିକ୍ଷୋଭ ପରେ ସେ ଦେଶ ଛାଡ଼ି ଭାରତ ପାଇଁ ଉଡ଼ାଣ ଭରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ କଙ୍ଗନା ରଣାୱତ କହିଛନ୍ତି, ଇସଲାମିକ ଦେଶରେ କେହି ବି ସୁରକ୍ଷିତ ନୁହଁନ୍ତି ଏବଂ ଶେଖ୍ ହସିନା ମଧ୍ୟ ଭାରତକୁ ସୁରକ୍ଷିତ ମନେ କରିଛନ୍ତି। କଙ୍ଗନା କହିଛନ୍ତି, ଆମେ ଭାଗ୍ୟଶାଳୀ ଯେ, ରାମ ରାଜ୍ୟରେ ରହୁଛୁ।
ଦିଲ୍ଲୀରୁ ଫ୍ଲାଇଟ୍ରେ ଲଣ୍ଡନ ଯିବା ପ୍ରସ୍ତୁତିରେ ଶେଖ ହସିନା ! ବାଂଲାଦେଶରେ ଏବେ ସେନା ସରକାର , ସ୍ଥିତି ବେକାବୁ
ମଣ୍ଡିର ସାଂସଦ କଙ୍ଗନା ରଣାୱତ ଶେଖ ହସିନାଙ୍କ ଭାରତ ଆସିବାର ଖବର ଏକ୍ସରେ ସେୟାର କରି ଲେଖିଛନ୍ତି, ଭାରତ ପଡୋଶୀ ଇସଲାମିକ୍ ଦେଶର ବାସ୍ତବିକ ଜନ୍ମଭୂମି। ଆମେ ଏହି କଥାରେ ସମ୍ମାନିତ ଓ ଖୁସି କି ବାଂଲାଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଭାରତରେ ସୁରକ୍ଷିତ ଅନୁଭବ କରିଛନ୍ତି , କିନ୍ତୁ ଭାରତରେ ରହି ପଚାରୁଛନ୍ତି କି ହିନ୍ଦୁ ରାଷ୍ଟ୍ର କାହିଁକି ? ରାମ ରାଜ୍ୟ କାହିଁକି ? ଏବେ ଏହା ସ୍ପଷ୍ଟ କି କାହିଁକି ?
ବଲିଉଡ୍ରୁ ରାଜନୀତିରେ ଏଣ୍ଟ୍ରି କରିଥିବା ପ୍ରଥମ ଥରର ସାଂସଦ କଙ୍ଗନା ଆହୁରି କହିଛନ୍ତି , ମୁସ୍କିଲ ଦେଶରେ କେହି ମଧ୍ୟ ସୁରକ୍ଷିତ ନାହାନ୍ତି , ନିଜେ ମୁସଲିମ୍ ମଧ୍ୟ ନୁହଁନ୍ତି । ଆଫଗାନିସ୍ତାନ , ପାକିସ୍ତାନ , ବାଂଲାଦେଶ ଓ ବ୍ରିଟେନ୍ରେ ଯିଏ ରହୁଛନ୍ତି ତାହା ଦୁର୍ଭାଗ୍ୟପୂର୍ଣ୍ଣ । ଆମେ ଭାଗ୍ୟଶାଳୀ ଯେ, ରାମ ରାଜ୍ୟରେ ରହୁଛୁ । ଜୟ ଶ୍ରୀରାମ ।
କହି ରଖୁଛୁ କି, କଙ୍ଗନା ରଣାୱତ ଅନେକ ସମୟରେ ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି ।