ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଟକ୍ସିକ୍‌’ଜରିଆରେ କନ୍ନଡ଼ ଡେବ୍ୟୁ କରିବେ କରୀନା! ୟଶଙ୍କ ସହ କରିବେ ସ୍କ୍ରିନ୍‌ ସେୟାର୍‌

ମୁମ୍ବାଇ ୧୮/୦୩ : ‘କେଜିଏଫ୍‌ ଚାପ୍ଟର-୧’ ଓ ‘କେଜିଏଫ୍‌ ଚାପ୍ଟର-୨’ ଭଳି ଫିଲ୍ମ ଜରିଆରେ ମନୋରଞ୍ଜନ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ୟଶ୍‌ । ଆଗକୁ ସେ ତାଙ୍କର ବହୁପ୍ରତିକ୍ଷୀତ ପ୍ରୋଜେକ୍ଟ ‘ଟକ୍ସିକ୍‌’ରେ ନଜର ଆସିବେ । ଗତବର୍ଷ ଡିସେମ୍ବର ମାସରେ ଏହି ପ୍ରୋଜେକ୍ଟ ସଂପର୍କରେ ସୂଚନା ଦେଇଥିଲେ ସେ । ଏବେ ‘ଟକ୍ସିକ୍‌’ରେ ତାଙ୍କ ସହ କିଏ ସ୍କ୍ରିନ୍‌ ଶେୟାର କରିବେ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । 

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସିପାରନ୍ତି ବୋଲି ରିପୋର୍ଟ ମିଳିଛି । ଆଗାମୀ କିଛି ଦିନ ମଧ୍ୟରେ ନିର୍ଦ୍ଦେଶକ ଗୀତୁ ମୋହନଦାସ ଏ ସଂପର୍କରେ ଘୋଷଣା କରିପାରନ୍ତି । ଫିଲ୍ମର ସୁଟିଂ କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ । ଯଦିଓ କରୀନା ଏ ନେଇ ଆନୁଷ୍ଠାନିକ ଭାବେ ପ୍ରକାଶ କରିନାହାନ୍ତି, ତେବେ ନିକଟରେ ପ୍ରଶଂସକମାନଙ୍କ ସହିତ ଆଲୋଚନା ସମୟରେ ସେ ଏକ ବହୁତ ବଡ଼ ସାଉଥ୍‌ ଫିଲ୍ମର ଅଂଶବିଶେଷ ହେବାକୁ ଯାଉଥିବା ସୂଚନା ଦେଇଥିଲେ । କରୀନାଙ୍କ ସେହି ଇଙ୍ଗିତରୁ ସେ ‘ଟକ୍ସିକ୍‌’ରେ ନଜର ଆସିବା ନେଇ ଆଲୋଚନା ଚାଲିଛି । ଯଦି ଏହି ଖବର ସତ ହୁଏ ତା’ହେଲେ ଏହି ଫିଲ୍ମ ଜରିଆରେ କରୀନା କନ୍ନଡ଼ ଫିଲ୍ମଜଗତରେ ଡେବ୍ୟୁ କରିବେ ।

କରୀନାଙ୍କ ପୂର୍ବରୁ ‘ଟକ୍ସିକ୍‌’ରେ ୟଶ୍‌ଙ୍କ ବିପକ୍ଷରେ ଅଭିନୟ କରିବା ଲାଗି ସାଇ ପଲ୍ଲବୀ ଏବଂ ରାଶି ଖାନ୍ନାଙ୍କ ନାମ ଚର୍ଚ୍ଚା କରାଯାଉଥିଲା । ଆସନ୍ତାବର୍ଷ ଫିଲ୍ମଟି ରିଲିଜ୍‌ ହୋଇପାରେ । ସେପଟେ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ କରୀନାଙ୍କୁ ଆଗକୁ ‘କ୍ରୁ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ତବୁ ଓ କ୍ରିତି ସାନନ୍‌ ମଧ୍ୟ ଅଭିନୟ କରିଛନ୍ତି । ସେହିପରି ରୋହିତ ସେଟ୍ଟୀଙ୍କର ‘ସିଂଘମ୍‌ ଏଗେନ୍‌’ରେ ମଧ୍ୟ ନଜର ଆସିବେ କରୀନା । ସେହି ଫିଲ୍ମରେ ତାଙ୍କ ସହିତ ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂହ, ଦୀପିକା ପାଦୁକୋନ୍‌ ପ୍ରମୁଖ ସ୍କ୍ରିନ୍‌ ଶେୟାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.