ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ସହରର ପ୍ରେସ୍ କ୍ଲବ୍ରେ ଏକ ପ୍ରେସ୍ କନଫରେନ୍ସରେ ସମ୍ୱୋଧିତ କରୁଥିବା ବେଳେ , ଜଣେ କଂଗ୍ରେସ ନେତାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତକ କଂଗ୍ରେସ ନେତାଙ୍କ ନାଁ ସିକେ ରବିଚନ୍ଦ୍ରନ।
ସୂଚନା ଆଧାରରେ, ରବିଚନ୍ଦ୍ରନ ଆରଆର୍ ନଗରର ଚନ୍ନାସାନ୍ଦ୍ରାରେ ରହୁଥିଲେ। ସେ କର୍ଣ୍ଣାଟକର ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସଂଘର ସଦସ୍ୟ ଥିଲେ। ସେ ବେଙ୍ଗାଲୁରୁ ପ୍ରେସ୍ କ୍ଲବରେ କର୍ଣ୍ଣାଟକର ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ୍ଙ୍କୁ ବିରୋଧ କରି ପ୍ରେସ୍ କନଫରେନ୍ସରେ ସମ୍ୱୋଧିତ କରୁଥିଲେ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟାଙ୍କ ଉପରେ ମୋକଦମା ଚଲାଇବାର ଅନୁମତି ଦେଇଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଧ୍ୟ ଘଟଣାର ସମ୍ୱନ୍ଧରେ ଏକ୍ସରେ ପୋଷ୍ଟ କରିଛନ୍ତି।
ସେ ଲେଖିଛନ୍ତି , ରାଜ୍ୟପାଳଙ୍କ ଦ୍ୱାରା ମୋକଦମା ଚଲାଇବା ଆଦେଶ ବିରୋଧରେ କର୍ଣ୍ଣାଟକର ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଆସୋସିଏସନ ପକ୍ଷରୁ ବେଙ୍ଗାଲୁରୁ ପ୍ରେସ୍ ବ୍ଲକ୍ରେ ଏକ ପ୍ରେସ୍ କନଫରେନ୍ସ କରିବା ସମୟରେ ଆସୋସିଏସନର ସଦସ୍ୟ ତଥା ଆମର ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ସିକେ ରବିଚନ୍ଦ୍ରନଙ୍କ ହୃଦଘାତରେ ମୃତ୍ୟୁ ହେବା ଖବର ସାମନାକୁ ଆସିଛି।
ସେ ଆହୁରି ଲେଖିଛନ୍ତି , ସମ୍ୱିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇବାର ଏହି ଲଢେଇରେ ଆମ ସାଥିରେ ଥିବା ରବିଚନ୍ଦ୍ରନଙ୍କ ଅସମୟରେ ନିଧନରେ ବହୁତ ଦୁଃଖିତ। ମୁଁ ପ୍ରାର୍ଥନା କରୁଛି କି, ଈଶ୍ୱର ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ। ମୁଁ ଏହି ଦୁଃଖର ସମୟରେ ତାଙ୍କର ଶୋକ ସନ୍ତପ୍ତ ପରିବାର ଓ ବନ୍ଧୁଙ୍କ ସାଥିରେ ରହିଛି।
କହି ରଖୁଛୁ କି, କର୍ଣ୍ଣାଟକରେ ଏହି ସମୟରେ କ୍ଷମତା ରାଜନୀତି ଜୋର ଧରିଛି। ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ୍ଙ୍କ ଦ୍ୱାରା ମହିଶୂର ସହରୀ ବିକାଶ ପ୍ରାଧିକରଣ (ଏମୟୁଡିଏ)ର ଜମି ଆବଣ୍ଟନରେ ଅନିୟମିତତାକୁ ନେଇ , ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଯାଞ୍ଚର ମଞ୍ଜୁରୀ ମଧ୍ୟରେ ,କ୍ଷମତାସୀନ କଂଗ୍ରେସ ଓ ବିରୋଧି ଦଳ ବିଜେପିର କାର୍ଯ୍ୟକର୍ତ୍ତା ସୋମବାର ସଡ଼କକୁ ଓହ୍ଲାଇଛନ୍ତି।
କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ମୁଖ୍ୟାଳୟରେ ଧାରଣ ଦେଇଛନ୍ତି, ରାଲି ଆୟୋଜିତ କରିଛନ୍ତି। ସେମାନେ ରାଜ୍ୟପାଳଙ୍କ ପଦକ୍ଷେପକୁ ନିନ୍ଦା କରିବା ସହ ନାରା ଲଗେଇଛନ୍ତି।