ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ୍‌ ୧ରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଆବେଦନ, ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ନାମଲେଖା ପାଇଁ କରିପାରିବେ ପଞ୍ଜିକରଣ

ଭୁବନେଶ୍ୱର,୩୧/୦୩ :ଏପ୍ରିଲ୍‌ ୧ରୁ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ନାମଲେଖା ପଞ୍ଜିକରଣ ଆରମ୍ଭ ହେବ । ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ପଞ୍ଜିକରଣ ଚାଲିବ । ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ଇଚ୍ଛୁକ ଅଭିଭାବକମାନେ ମନୋନୀତ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ଅନଲାଇନ୍‌ ପଞ୍ଜିକରଣ କରିବେ।  ଏପ୍ରିଲ୍‌ ୧୫ ତାରିଖ ପଞ୍ଜିକରଣର ଶେଷ ତାରିଖ । ୧୯ ତାରିଖରେ ପ୍ରଥମ ପ୍ରୋଭିଜ୍‌ନାଲ୍‌ ଲିଷ୍ଟ ପ୍ରକାଶ ପାଇବ । ଏଥିରେ ନାମ ଲେଖାଇବା ପାଇଁ ଚୟନ ପିଲାଙ୍କର ତାଲିକା ପ୍ରକାଶିତ ହେବ । ୨୯ରେ ଦ୍ୱିତୀୟ ପ୍ରୋଭିଜନାଲ୍‌ ତାଲିକା  ଓ ମେ ୮ରେ ଦ୍ୱିତୀୟ ପ୍ରୋଭିଜନାଲ୍‌  ତାଲିକା ପ୍ରକାଶ ପାଇବ । 

ସିଟ୍‌ ବଳକାକୁ ଆଧାର କରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେ  ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ  କରାଯିବ । ୨୨ରୁ ୨୭ ତାରିଖ ମଧ୍ୟରେ  ନାମଲେଖା ହେବ । ସେହିପରି  ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ  ପର୍ଯ୍ୟନ୍ତ ନାମଲେଖା ପାଇଁ ଅଫଲାଇନ୍‌ ପଞ୍ଜିକରଣ କରାଯିବ । ଏପ୍ରିଲ୍‌ ୧ରୁ  ୧୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ  ନିଜର ନିକଟସ୍ଥ ସ୍କୁଲ୍‌ରେ ଅଫଲାଇନ୍‌  ଆବେଦନ କରିବେ । ଆବେଦନକାରୀଙ୍କ  ଚୟନ ଲିଷ୍ଟ ୧୫ ତାରିଖରେ ପ୍ରକାଶ  ପାଇବ । ୧୬ରୁ ୨୯ ତାରିଖ ମଧ୍ୟରରେ  ନାମଲେଖା ହେବ । ଜୁନ୍‌ ୧୯ ତାରିଖ  ମଧ୍ୟରେ ସମସ୍ତ ନାମଲେଖା ପ୍ରକ୍ରିୟା  ଶେଷ ହେବ । ଦଶମ ଶ୍ରେଣୀ ରେଜଲ୍ଟ  ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ  ପିଲାଙ୍କର ନାମଲେଖା ଏକାଦଶ  ଶ୍ରେଣୀରେ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.