ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୟପୁର ୱାକ୍ସ ମ୍ୟୁଜିୟମରେ କୋହଲିଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପୁର,୧୯/୪: ବିଶ୍ୱ  ଐତିହ୍ୟ ଦିବସରେ ଜୟପୁରରେ ଉନ୍ମୋଚିତ ହୋଇଛି ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି । ଏହି  ମୂର୍ତ୍ତିର ଓଜନ ୩୫ କିଲୋ ଏବଂ ଏହାର  କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ ହୋଇଥିଲା । 

ଜୟପୁରର ୱାକ୍ସ ମ୍ୟୁଜିୟମରେ (ମହମ  ସଂଗ୍ରହାଳୟ)ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଅନୁପ  ଶ୍ରୀବାସ୍ତବ କହିଛନ୍ତି, ‘କିଛି ବର୍ଷ ହେବ  ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ଦାବି  ରହିଥିଲା କୋହଲିଙ୍କ ପ୍ରତିମୂର୍ତ୍ତି ରଖିବା ।  ବିଶେଷ କରି ପିଲା ଓ ଯୁବକମାନେ ଏହି  ଦାବି ରଖିଥିଲେ । ତେଣୁ ପର୍ଯ୍ୟଟକମାନଙ୍କ  ଆଗ୍ରହକୁ ଦେଖି ଆମେ ଏହି ପ୍ରତିମୂର୍ତ୍ତି  ତିଆରି କରିଛୁ । ଆମ ସଂଗ୍ରହାଳୟରେ ୪୪ଟି  ମୂର୍ତ୍ତି ରହିଛି । ପୂର୍ବରୁ ସଚିନ ତେନ୍ଦୁଲକର  ଓ ମହେନ୍ଦ୍ର ସିଂ ଧୋନିଙ୍କ ମୂର୍ତ୍ତି ରହିଥିଲା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.