ଉଦଳା, ୦୩/୧୧ : ଯାତ୍ରା ଦେଖିବାକୁ ଆସିଥିବା ବେଳେ ରାତିରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। କପ୍ତିପଦା ଥାନା କୁସୁନପୁର ଗ୍ରାମର ବୃନ୍ଦାବନ ମହାନ୍ତିଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର କବାଟ ତାଲା ଭାଙ୍ଗି ଗଡରେଜରୁ ନଗଦ ୨୫ ହଜାର ଟଙ୍କା, ସୁନାଗହଣା ସହ ବିଭିନ୍ନ ସାର୍ଟିଫିକେଟ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟି ନେଇଛନ୍ତି।
ସୂଚନାନୁଯାୟୀ, ଗୁରୁବାର ରାତିରେ କୁସୁନପୁର ଗ୍ରାମର ବୃନ୍ଦାବନ ମହାନ୍ତିଙ୍କ ପରିବାର ଲୋକ ଯାତ୍ରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତମାନେ ଘର କବାଟର ତାଲା ଭାଙ୍ଗି ଗଡରେଜରୁ ନଗଦ ୨୫ ହଜାର ଟଙ୍କା, ସୁନାଗହଣା ସହ ବିଭିନ୍ନ ସାର୍ଟିଫିକେଟ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟି ନେଇଛନ୍ତି। ଏପରିକି ଦୁର୍ବୃତ୍ତମାନେ ଘର ପଛ ପାଖରେ ଥିବା ବାଇକ ଏବଂ ସ୍କୁଟି ମଧ୍ୟ ଲୁଟିବାକୁ ଚେଷ୍ଟା କରିଥିଲେ। ସକାଳେ ସମସ୍ତେ ଯାତ୍ରା ଦେଖି ଘରକୁ ଫେରି ଚୋରି ହୋଇଥିବା ଦେଖିଥିଲେ। ଏନେଇ ପରିବାର ଲୋକେ କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।