ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ସର୍ଜରୀ ପରେ ଯୁବକଙ୍କ ପେଟରୁ ବାହାରିଲା ୩୯ କଏନ୍ ଓ ୩୭ଟି ଚୁମ୍ବକ, ଗିଳିବାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୭।୨: ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଡାକ୍ତରମାନେ ଅସ୍ତ୍ରୋପଚାର କରି   ଜଣେ ଯୁବକଙ୍କର ଅନ୍ତନଳୀରୁ ୩୯ ମୁଦ୍ରା ଏବଂ ୩୭ ଚୁମ୍ବକ ବାହାର କରିଛନ୍ତି। ଏହି ମାମଲା ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରୁ ଆସିଛି। ୨୦ ଦିନରୁ ଅଧିକ ସମୟ ଧରି ବାରମ୍ବାର ବାନ୍ତି ଏବଂ ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗରେ ସାର୍ ଗଙ୍ଗା ରାମ ହସ୍ପିଟାଲର ଏନର୍ଜେନ୍ସି ୱାର୍ଡରେ ୨୬ ବର୍ଷ ବୟସ୍କ ରୋଗୀଙ୍କୁ ଭର୍ତ୍ତି କରାଯିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ରୋଗୀ ଜଣକ କିଛି ଖାଇବାକୁ ମଧ୍ୟ ସକ୍ଷମ ହେଉନଥିଲେ।

ରୋଗୀର ସମ୍ପର୍କୀୟମାନେ ତାଙ୍କ ପେଟର ଏକ୍ସ-ରେ କରିବା  କଏନ୍ ଏବଂ ଚୁମ୍ବକ ଦେଖିବାକୁ ପାଇଥିଲେ।ପେଟର ଏକ ସି.ଟି ସ୍କାନରୁ ଜଣାପଡିଛି ଯେ କଏନ୍ ଏବଂ ଚୁମ୍ବକ ଗୁଡ଼ିକର   ଅନ୍ତନଳୀରେ ଅବରୋଧ ସୃଷ୍ଟି କରିଥିଲା। ବୁଝାବୁଝି ପରେ ରୋଗୀ ତୁରନ୍ତ ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲେ। ଅପରେସନ୍ ପରେ ରୋଗୀର ପେଟରୁ ୩୯ କଏନ୍ ଏବଂ ୩୭ଟି ଚୁମ୍ବକ ବାହାର କରାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣକ ମାନସିକ ରୋଗୀ ଥିଲେ। ତାଙ୍କୁ ପଚରା ଉଚରା ପରେ ସେ କହିଥିଲେ କଏନ୍ ଓ ଚୁମ୍ବକ ସେ ଗିଳି ଦେଇଥିଲେ। କାରଣରୁ ତାଙ୍କୁ ଲାଗିଥିଲା ଧାତୁରେ ଅଧିକ ପରିମାଣରେ ଜିଙ୍କ ରହିଛି, ତେଣୁ ଗିଳିବା କାରଣରୁ ସେ ଅଧିକ ସୁସ୍ଥ ହୋଇଯିବେ। ରୋଗୀ ଜଣକ ଗତ କିଛି ସପ୍ତାହ ଧରି କଏନ୍ ଓ ଚୁମ୍ବକ ଗିଳୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.