ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଗଞ୍ଜେଇ ଚାଲାଣବେଳେ ଗଞ୍ଜେଇ ମାଫିଆ ଗିରଫ

ଫିରିଙ୍ଗିଆ,୭/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ ଟିଭିଏସ ଏଏକ୍ସଏଲ ମୋପେଟ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ସେହି ଗାଡ଼ିରୁ ୨୫ କିଲୋ ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ୍ୟ ଗିରଫ କରି କୋର୍ଟଚାଲାଣ କରିଛି I ତେବେ ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ ସାହୁଙ୍କ ନେତୃତ୍ୱରେ ଏସଆଇ ପ୍ରମୋଦ ବେହେରାଙ୍କ ସହ ଏକ ଟିମ ଫୁଲବାଣୀ ବାଲିଗୁଡା ରାସ୍ତାର ବନ୍ଧଗଡ଼ ଗାଁ ନିକଟ ମଣିପଦର ଛକଠାରେ ଗାଡି ଚେକିଂ କରୁଥିବା ସମୟରେ ଫିରିଙ୍ଗିଆ ଠାରୁ ବାଲିଗୁଡା ପଟକୁ ଯାଉଥିବା ଏହି ମୋପେଟ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲେ I 

ଯାଞ୍ଚ ସମୟରେ ଉକ୍ତ ଗାଡ଼ିର ସାମ୍ନା ପଟେ ଏକ ବସ୍ଥାରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ I ପରେ ଗାଡ଼ି ସହ ଜବତ ଗଞ୍ଜେଇ ଓ ଅଭିଯୁକ୍ତ ବ୍ୟକ୍ତିକୁ ଥାନାକୁ ଆଣି ପଚରାଉଚୁରା କରିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ପେସାଦାର ଗଞ୍ଜେଇ ମାଫିଆ ଓ ସେ ଏହି ଫିରିଙ୍ଗିଆ ଅଂଚଳରୁ ରୀତିମତ ଭାବରେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଥିଲା I ତେବେ ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଲାଠିପଡା ଗାଁର ବିଜୟ କୁମାର ଡାକୁଆ ବୋଲି ଜଣାପଡ଼ିଥିବାବେଳେ ଗୁରୁବାର ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୧୩୦/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଜବତ ଗଞ୍ଜେଇ ସହ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I ଅନ୍ୟପଟେ ଗିରଫ ବ୍ୟକ୍ତି ଜଣକ ଏହି ଫିରିଙ୍ଗିଆ ଅଂଚଳରେ କଉଠୁ ଗଞ୍ଜେଇ ନେଉଥିଲା କିଏ ତାକୁ ଏହି ଗଞ୍ଜେଇ ଯୋଗାଉ ଥିଲା ତାହାର ମଧ୍ୟ୍ୟ ପୋଲିସ ସନ୍ଧାନ ପାଇ ସାରିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ମଧ୍ୟ୍ୟ ଧରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.