ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଇସ୍ରାଏଲ ଓ ଇରାନ ଯାତ୍ରାଠୁ ଦୂରେଇ ରୁହନ୍ତୁ ଭାରତୀୟ’, ମିଡିଷ୍ଟ ଇଷ୍ଟରେ ଉତ୍ତେଜନାକୁ ନେଇ କେନ୍ଦ୍ରର ଆଡଭାଇଜରୀ

ନୂଆଦିଲ୍ଲୀ,୧୨।୪:  ବୈଦେଶିକ ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି। ସବୁ ଭାରତୀୟଙ୍କୁ  ଆଗାମୀ ସୂଚନା ଦିଆନଯିବା ପର୍ଯ୍ୟନ୍ତ ଇସ୍ରାଏଲ କିମ୍ବା ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲରେ ଥିବା ଭାରତୀୟଙ୍କୁ ଅନୁରୋଧ କରିଛନ୍ତି ସେମାନେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରୁହନ୍ତୁ ଓ ନିଜର ରେଜିଷ୍ଟେ୍ରସନ୍ କରନ୍ତୁ।

ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏକ ନୋଟିଫିକେସନ୍ ଜାରି କରି ଭାରତୀୟଙ୍କୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଇରାନ ଓ ଇସ୍ରାଏଲ ଯାତ୍ରା ନକରିବାକୁ କହିଛନ୍ତି। ଏହି ଆଡଭାଇଜରୀ ସେହି ରିପୋର୍ଟ ଭିତରେ ଜାରି କରଯାଇଛି, ଯେଉଁଥିରେ କୁହାଯାଉଛି ଯେ, ଇରାନ ଆଗାମୀ ୪୮ ଘଣ୍ଟା ଭିତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ।

ମନ୍ତ୍ରଣାଳୟ ସେହି ଭାରତୀୟଙ୍କୁ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କହିଛନ୍ତି  ଯେଉଁମାନେ ବର୍ତ୍ତମାନ ଇରାନ କିମ୍ବା ଇସ୍ରାଏଲରେ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, ତାଙ୍କୁ ଏହା ମଧ୍ୟ ଅନୁରୋଧ କରାଯାଉଛି ଯେ, ସେ ନିଜର ସୁରକ୍ଷା ବିଷୟରେ ଅତ୍ୟାଧିକ ସାବଧାନ ରୁହନ୍ତୁ ଓ ନିଜ ଗତିବିଧିକୁ ନ୍ୟୁନତମ ସୀମିତ ରଖନ୍ତୁ।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.