ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ମଣିଷ ଶରୀରରେ ଜମା ହେଉଛି ମାଇକ୍ରୋପ୍ଲାଷ୍ଟିକ୍ ! ଲିଭର, କିଡନୀ ଓ ମସ୍ତିଷ୍କ ପାଇଁ ହୋଇପାରେ ଘାତକ

ନୂଆଦିଲ୍ଲୀ,୨୩।୯: ମଣିଷ ପାଇଁ ବିପଦ ପାଲଟିଛି ମାଇକ୍ରୋପ୍ଲାଷ୍ଟିକ୍। ନିକଟରେ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି ସାଂଘାତିକ ତଥ୍ୟ।  ପ୍ରାୟ ୭ ହଜାର ରିସର୍ଚ୍ଚ ପରେ କରାଯାଇଥିବା ଏହି ବିଶ୍ଲେଷଣ ବଢାଇଲା ଚିନ୍ତା । ସାଇନ୍ସ ମାଗାଜିନ୍‌ର ଏକ ରିସର୍ଚ୍ଚ ଅନୁସାରେ,  ବିଗତ ୨୦ ବର୍ଷ ମଧ୍ୟରେ ବଢିଛି ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି। ଜଙ୍ଗଲି ଜନ୍ତୁ ଏବଂ ମଣିଷ ଶରୀରରେ ଦେଖିବାକୁ ମିଳିଛି ମାଇକ୍ରୋପ୍ଲାଷ୍ଟିକ୍ର କଣିକା।  ଖାଦ୍ୟ ଏବଂ ପାନୀୟ ମାଧ୍ୟମରେ ଏହା ମଣିଷ ଶରୀରକୁ ପ୍ରବେଶ କରୁଛି।

ରିସର୍ଚ୍ଚରୁ ଜଣାପଡିଛି ଯେ, ମାନବ ଶରୀରର ପ୍ରତ୍ୟେକ ଅଙ୍ଗରେ ମାଇକ୍ରୋପ୍ଲାଷ୍ଟିକ୍ର ଉପସ୍ଥିତି ଦେଖିବାକୁ ମିଳିଛି। ଏହାର ଖରାପ ପ୍ରଭାବ ବିଷୟରେ ମଧ୍ୟ ଅନେକ ପ୍ରମାଣ ରହିଛି।  ମାଇକ୍ରୋପ୍ଲାଷ୍ଟିକ୍ସର ସମସ୍ୟା ଯଦିଓ ଅଧିକ ଗମ୍ଭୀର ହୋଇନାହିଁ, କିନ୍ତୁ ଏହାର ମୁକାବିଲା ପାଇଁ ସାମୂହିକ ବିଶ୍ୱସ୍ତରୀୟ କାର୍ଯ୍ୟ ଜରୁରୀ । ତେବେ ଆସନ୍ତୁ ଜାଣିବା ଏ ମାଇକ୍ରୋ ପ୍ଲାଷ୍ଟିକ୍ କ’ଣ ? ପ୍ଲାଷ୍ଟିକର ବହୁତ ଛୋଟ ଖଣ୍ଡକୁ ମାଇକ୍ରୋପ୍ଲାଷ୍ଟିକ୍ କୁହାଯାଏ, ଏହାର ଲମ୍ବ ପାଞ୍ଚ ମିଲିମିଟର କିମ୍ବା ତା’ଠାରୁ କମ୍ ହୋଇଥାଏ। ଏମିତିକି କିଛି ପ୍ରଡକ୍ଟରେ ମାଇକ୍ରୋପ୍ଲାଷ୍ଟିକ୍ ଜାଣିଶୁଣି ମଧ୍ୟ ମିଶାଯାଇଥାଏ।  ଏଇ ଯେପରି ମୁହଁରେ ଲଗାଯାଇଥିବା ସାବୁନରେ ମାଇକ୍ରୋବିଡ୍ ବ୍ୟବହାର କରାଯାଏ।

ଷ୍ଟଡି ଓ ରିସର୍ଚ୍ଚରୁ ମାଇକ୍ରୋପ୍ଲାଷ୍ଟିକ୍‌ର ସୋର୍ସ ବିଷୟରେ ଜଣାପଡିଛି। କସମେଟିକ୍ କ୍ଲିଞ୍ଜର, ସିନ୍ଥେଟିକ୍ କପଡା, ଗାଡିର ଟାୟର, ମାଛ ଧରିବାକୁ ବ୍ୟବହାର ରଶି ଏବଂ ଜାଲ ଭଳି ଜିନିଷ। ତେବେ ପ୍ଲାଷ୍ଟିକ୍‌ର ବଡ କଣିକା କେଉଁ ଭଳି ଭାଙ୍ଗି ମାଇକ୍ରୋପ୍ଲାଷ୍ଟିକ୍ ହୁଏ ତାହା ବିଜ୍ଞାନ ବି ଏପର୍ଯ୍ୟନ୍ତ ଆକଳନ କରିପାରିନି। ୨୦୨୦ ରେ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି ସମୁଦ୍ରରେ ପ୍ରତି ବର୍ଷ ୩୦ ଲକ୍ଷ ଟନ୍‌ରୁ ଅଧିକ ମାଇକ୍ରୋପ୍ଲାଷ୍ଟିକ୍ ପହଁଞ୍ଚିଥାଏ। ସମୁଦ୍ର ତୁଳନାରେ ଆମ ବାୟୁମଣ୍ଡଳରେ ୩ ରୁ ୧୦ ଗୁଣା ଅଧିକ ମାଇକ୍ରୋ ପ୍ଲାଷ୍ଟିକ୍‌ ଥିବାର ଜଣାପଡିଛି।

ଚିନ୍ତାର କାରଣ ଏହା ଯେ, ୨୦୪୦ ପର୍ଯ୍ୟନ୍ତ ମାଇକ୍ରୋପ୍ଲାଷ୍ଟିକ୍ ଏକାଠି ହେବାର ଆଶଙ୍କା ଦୁଇଗୁଣ ବଢିଯିବ।ବର୍ତ୍ତମାନ ସୁଦ୍ଧା ମାଛଠାରୁ ନେଇ ପକ୍ଷୀ ଏବଂ ପୋକ ସହିତ ୧୩୦୦ରୁ ଅଧିକ ଜୀବ-ଜନ୍ତୁଙ୍କ ମଧ୍ୟରେ ମାଇକ୍ରୋ ପ୍ଲାଷ୍ଟିକ୍ ଥିବାର ଜଣାପଡିଛି। ମଣିଷ ଶରୀରରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ୍ ମିଳିଛି। ବାୟୁମଣ୍ଡଳରେ ନିଶ୍ବାସ-ପ୍ରଶ୍ବାସ ନେବାଠାରୁ ନେଇ ଖାଦ୍ୟ, ଲୁଣ, ମହୁ, ଚିନି ବିୟର ଏବଂ ଚା’ରେ ମାଇକ୍ରୋପ୍ଲାଷ୍ଟିକ୍ କଣିକା ମିଳିଛି। ମଣିଷ ଶରୀରର ଫୁସଫୁସ୍, ଲିଭର, କିଡନୀ, ରକ୍ତ ଓ ପ୍ରଜନନ ଅଙ୍ଗରେ ମାଇକ୍ରୋ ପ୍ଲାଷ୍ଟିକ୍ ମିଳିଛି। ଏହି ଟୁକୁଡା ଧିରେ ଧିରେ ଆମ ମସ୍ତିଷ୍କ ଓ ହାର୍ଟରେ ମଧ୍ୟ ମିଳିଛି। ତେବେ ମାଇକ୍ରୋପ୍ଲାଷ୍ଟିକ୍ ୟୁରିନ୍ ଜରିଆରେ ଆମ ଶରୀରରୁ ବାହାରି ଯାଇଥାଏ, କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବେ ମଣିଷର ଅନ୍ତନଳୀ ପାଇଁ ବିପଦ ହୋଇପାରେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.