ନୂଆଦିଲ୍ଲୀ,୧୮/୦୯: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସୋମବାର (ସେପ୍ଟେମ୍ବର ୧୮) ଦିନ ମୋଦୀ କ୍ୟାବିନେଟ୍ ମହିଳା ସଂରକ୍ଷଣ ବିଲ୍କୁ ଅନୁମୋଦନ କରିଥିବା ବିଭିନ୍ନ ଉତ୍ସଗୁଡିକରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଲୋକସଭା ତଥା ବିଧାନସଭା ପରି ନିର୍ବାଚିତ ସଂସ୍ଥାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ଅନୁମୋଦନ କରାଯାଇଛି। ମହିଳା ସଂରକ୍ଷଣ ବିଲ୍ ୧୯ ସେପ୍ଟେମ୍ବର ଅର୍ଥାତ୍ ମଙ୍ଗଳବାର ଦିନ ସଂସଦରେ ଉପସ୍ଥାପିତ ହୋଇପରେ। ଏହା ଲୋକସଭାରେ ଉପସ୍ଥାପିତ ହେବ ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଏହାପୂର୍ବରୁ, ସୋମବାର (ସେପ୍ଟେମ୍ବର ୧୮)ରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସଂସଦର ଅଧିବେଶନ ସ୍ୱଳ୍ପ କିନ୍ତୁ ସମୟ ଅନୁଯାୟୀ ଏହା ବହୁତ ବଡ଼, ମୂଲ୍ୟବାନ ଏବଂ ଐତିହାସିକ ନିଷ୍ପତ୍ତିରେ ପରିପୂର୍ଣ୍ଣ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ମାଧ୍ୟମରେ ମହିଳା ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ 'ମହିଳା ସଂରକ୍ଷଣର ଚାହିଦା ପୂରଣ କରିବା ପାଇଁ କେବଳ ମୋଦୀ ସରକାରଙ୍କର ନୈତିକ ସାହସ ଥିଲା, ଯାହା କ୍ୟାବିନେଟର ଅନୁମୋଦନ ଦ୍ୱାରା ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ମୋଦୀ ସରକାରଙ୍କୁ ଅଭିନନ୍ଦନ।'
ବୁଧବାର (୨୦ ସେପ୍ଟେମ୍ବର) କିମ୍ବା ଏହାର ଗୋଟିଏ ଦିନ ପରେ ଦିଲ୍ଲୀ କିମ୍ବା ଦିଲ୍ଲୀ ନିକଟରେ ଥିବା ରାଜସ୍ଥାନର କୌଣସି ସହରରେ ବିଜେପି ମହିଳାମାନଙ୍କର ଏକ ବଡ଼ ବୈଠକ ଆୟୋଜନ କରିପାରେ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ବୈଠକକୁ ସମ୍ବୋଧିତ କରିପାରିନ୍ତି। ସୂତ୍ରରୁ ପ୍ରକାଶ ଯେ ଏହି କାର୍ଯ୍ୟକ୍ରମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି। ସୂତ୍ରରୁ ପ୍ରକାଶ ଯେ, ଯଦି ମହିଳା ସଂରକ୍ଷଣ ବିଲ୍ ପାରିତ ହୁଏ, ତେବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବାକୁ ଆସିପାରନ୍ତି। ସୂଚନାଥାଉକି ବିଜେପି ସଭାପତି ଜେପି ନାଡ୍ଡାଙ୍କ ବାସଭବନକୁ ଆସିଥିବା ସାଂସଦମାନେ ଦିଲ୍ଲୀ (ଏନସିଆର) ରୁ ଆସିଥିଲେ। ସୂଚନାନୁସାରେ, ଦିଲ୍ଲୀର ଚାରିପାଖରେ ଥିବା ସଂସଦୀୟ ନିର୍ବାଚନମଣ୍ଡଳୀରୁ ମହିଳାଙ୍କୁ ଡାକି ଏହି ବୈଠକରେ ସାମିଲ କରିବାକୁ ସାଂସଦମାନଙ୍କୁ ଦାୟିତ୍ବ ଦିଆଯାଇଛି।
ବର୍ତ୍ତମାନ ଲୋକସଭାରେ ୭୮ ଜଣ ମହିଳା ସାଂସଦ ଅଛନ୍ତି, ଯାହା ସମୁଦାୟ ୫୪୩ ର ୧୫ ପ୍ରତିଶତରୁ କମ୍ ଅଟେ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡିଶା, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା ଏବଂ ପୁଡୁଚେରୀ ସମେତ ଅନେକ ରାଜ୍ୟ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ସପ୍ତାହ ମଧ୍ୟରେ କଂଗ୍ରେସ, ବିଜୁ ଜନତା ଦଳ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସମେତ ଅନେକ ଦଳ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଦାବି କରିଛନ୍ତି।