ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ, ୧୦ ସୁଦ୍ଧା ଆସିପାରେ ମୌସୁମୀ

ଭୁବନେଶ୍ୱର, ୦୮/୦୬ : ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ ନିସ୍ତାର ମିଳିବନି। ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ । ୧୧ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ତ୍ରାହି ମିଳିବନି । ଉପକୂଳ ଓଡ଼ିଶାରେ ବି ଗୁଳଗୁଳି ନାକେଦମ୍‌ କରିବ । ଆସନ୍ତା ୧୦ ତାରିଖ ସୁଦ୍ଧା ରାଜ୍ୟରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ମନୋରମା ମହାନ୍ତି କହିଛନ୍ତି, ୩ରୁ ୪ ଦିନ ଭିତରେ ରାଜ୍ୟରେ ମୌସୁମୀ ବାୟୁ ପହଞ୍ଚିବା ପାଇଁ ପାଗ ଅନୁକୂଳ ଅଛି। ୧୦ ତାରିଖ ସୁଦ୍ଧା ମୌସୁମୀ ପହଞ୍ଚିଯିବ । ସେପଟେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଅନେକ ସ୍ଥାନରେ ତାତି ଓ ଗୁଳୁଗୁଳି ହେବ । ଉପକୂଳ ଓଡ଼ିଶାରେ ବି ଗୁଳଗୁଳି ଜାରି ରହିବ । ପାଣିପାଗ ବିଭାଗର ଆକଳନ କହୁଛି, ୮ ତାରିଖରେ ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁବ । ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାରେ ତାତି ୪୩ ଡିଗ୍ରୀ ରହିବ । ୯ ତାରିଖରେ ବୌଦ୍ଧ, ଟିଟିଲାଗଡ଼ ଓ ନୂଆପଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁବ । 

ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତି ୪୩ ଡିଗ୍ରୀ ଉପରେ ରହିବ । ଶନିବାର ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ତେବେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ରବିବାର ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ବହିପାରେ । ୧୧ ତାରିଖ ଯାଏ ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ୧୧ ତାରିଖ ଯାଏ ଉପକୂଳ ରାଜ୍ୟର ଅଧିକାଂଶ ସ୍ଥାନରେ ଭୀଷଣ ଗୁଳଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଜୁନ୍‌ ୯ କିମ୍ବା ୧୦ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶା ଛୁଇଁବ ଓ ବର୍ଷା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ୧୧ ଓ ୧୨ ତାରିଖ ବେଳକୁ ମୌସୁମୀ ବାୟୁ ପୁଣି ଦୁର୍ବଳ ହେବ । ୧୭ ବା ୧୮ତାରିଖ ବେଳକୁ ଏହା ପୁଣି ସକ୍ରିୟ ହୋଇ ବର୍ଷା କରାଇବ ବୋଲି ସେ ସୂଚନା ଦେଇଛନ୍ତି । ଜୁନ୍ ୧୦ ତାରିଖ ଯାଏ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀରୁ କମ୍‌ ରହିବ । ଉପକୂଳରେ ୪୦ ଡିଗ୍ରୀରୁ କମ୍‌ ବା ମଧ୍ୟମ ଧରଣର ତାପମାତ୍ରା ରହିବା ସହ ଗୁଳଗୁଳି ଅନୁଭୂତ ହେବ ବୋଲି ସେ କହିଛନ୍ତି । ଆଜି ବଲାଙ୍ଗୀରରେ ଦିନ ବେଳା ତାତି ସର୍ବାଧିକ ୪୩.୩ ଡିଗ୍ରୀ ରେକର୍ଡ ହୋଇଛି । ନୂଆପଡ଼ାରେ ୪୩, ବୌଦ୍ଧରେ ୪୧.୫, ସମ୍ବଲପୁରରେ ୪୧.୩, ବରଗଡ଼ରେ ୪୧, ରାଉରକେଲାରେ ୪୦.୮, ଝାରସୁଗୁଡ଼ାରେ ୪୦.୯ ଓ ହୀରାକୁଦରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.